ଚାଲିଛି ନଦୀବନ୍ଧ ରାସ୍ତା ନିର୍ମାଣ, ବନ୍ଧ କାଟିଦେଲେ ବାଲି ମାଫିଆ

ପୁରୀ ଜିଲ୍ଲା ବଳଙ୍ଗା ଜଳସମ୍ପଦ ବିଭାଗ ଅଧିନ ଗୋପୀନାଥପୁର ନିକଟରେ ବାଲି ମାଫିଆଙ୍କ ଉନ୍ମକ୍ତ କାଣ୍ଡ। ୩୦ଫୁଟ ଲମ୍ବ ଏବଂ ୬ଫୁଟରୁ ଊର୍ଦ୍ଧ୍ବ ଗଭୀରରେ ବନ୍ଧ କାଟିଦେଲେ ବାଲି ମାଫିଆ।

c45152e7-f4f0-4d0a-b75c-be7c2a608a04

ବାମନାଳ: ପୁରୀ ଜିଲ୍ଲା ବଳଙ୍ଗା ଜଳସମ୍ପଦ ବିଭାଗ ଅଧିନ ଗୋପୀନାଥପୁର ନିକଟରେ ବାଲି ମାଫିଆଙ୍କ ଉନ୍ମକ୍ତ କାଣ୍ଡ। ୩୦ଫୁଟ ଲମ୍ବ ଏବଂ ୬ଫୁଟରୁ ଊର୍ଦ୍ଧ୍ବ ଗଭୀରରେ ବନ୍ଧ କାଟିଦେଲେ ବାଲି ମାଫିଆ। ଦିନକୁ ଦିନ ବଳଙ୍ଗା ଆଞ୍ଚରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଚାଲୁଥିବା ବେଳେ ମନ ଇଚ୍ଛା ବେଆଇନ ଭାବରେ ନଦୀବନ୍ଧ କଟାଯାଇ ଚାଲିଛି ବାଲି ଓ ମାଟି ଚାଲାଣ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ପୁରୀ ଖଣି ଅଧିକାରୀ ସମୀର ମିଶ୍ର ତାଙ୍କ ଟିମ୍ ସହିତ ଏବଂ ବଳଙ୍ଗା ଥାନାର ଉପଆରକ୍ଷୀ ଅଧିକାରୀ କେଦାର ଚନ୍ଦ୍ର ଦୋରା ଏଏସଆଇ ପ୍ରଶାନ୍ତ ବେହେରାଙ୍କ ମିଳିତ ସହାୟତାରେ ଘଟଣାସ୍ଥଳରେ ଚଢ଼ାଉ କରିବାବେଳେ ଅନେକ  ଟ୍ରାକ୍ଟର ଥିବା ବେଳେ ଜାଣିପାରି ଫେରାର ହେଇଯିବାରେ ସଫଳ ହୋଇଛନ୍ତି। କିନ୍ତୁ ଗୋଟିଏ ଟ୍ରାକ୍ଟର ସହିତ ଗୋଟିଏ ଜେସିବି ମେସିନ ଜବତ କରିବା ସହିତ ଦୁଇ ଜଣ ଡ଼୍ରାଇଭରଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଚଳାଉଛି।

ବାଲି ମାଫିଆଙ୍କ ଉନ୍ମକ୍ତ କାଣ୍ଡ। ୩୦ଫୁଟ ଲମ୍ବ ଏବଂ ୬ଫୁଟରୁ ଊର୍ଦ୍ଧ୍ବ ଗଭୀରରେ ବନ୍ଧ କାଟିଦେଲେ ବାଲି ମାଫିଆ। ଦିନକୁ ଦିନ ବଳଙ୍ଗା ଆଞ୍ଚରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଚାଲୁଥିବା ବେଳେ ମନ ଇଚ୍ଛା ବେଆଇନ ଭାବରେ ନଦୀବନ୍ଧ କଟାଯାଇ ଚାଲିଛି ବାଲି ଓ ମାଟି ଚାଲାଣ।

ସବୁଠାରୁ ବଡ଼ କଥା ଚାରିମାସ ତଳେ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ବେଳେ କିପରି ବାଲି ମାଫିଆମାନେ ନଦୀବନ୍ଧ କାଟିଲେ ତାହା ଏବେ ବଳଙ୍ଗା ଜଳସମ୍ପଦ ବିଭାଗ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏନେଇ ବିଭାଗୀୟ ଅଧିକାରୀ ସଂଗ୍ରାମ ମହାନ୍ତିଙ୍କୁ ପଚାରିବାରେ ଆମେ ତାଙ୍କ ବିରୁଦ୍ଧରେ ଆମେ ଥାନାକୁ ତୁରନ୍ତ ଅଭିଯୋଗ କରୁଛୁ ବୋଲି କହିଥିଲା ବେଳେ ମାଫିଆଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଆଗକୁ ଆସୁଛି ପ୍ରବଳ ବର୍ଷା ଓ ବନ୍ୟା କିପରି ଭାବରେ ଭାର୍ଗବୀ ନଦୀ ଠାରେ ନଦୀ ବନ୍ଧକୁ କାଟି ମାଫିଆ ମାନେ ଵାଲି ବିକ୍ରି କରୁଛନ୍ତି ପ୍ରଶାସନ ଜାଣି ଶୁଣି ନୀରବରେ ରୁଥିବା ବେଳେ ସରକାର ଏଥିପାଇଁ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।

 puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe