ଅନାସ୍ଥା ଭୋଟ୍‌ରେ କଟିଲେ ବ୍ୟାସନଗର ପୌରାଧ୍ୟକ୍ଷା

ଅନାସ୍ଥା ଭୋଟ୍‌ରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ହାରିଛନ୍ତି। ପୌରାଞ୍ଚଳର ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ଅଦ୍ୟତନ ହୋଇଛି
Sangeeta Pingua

Sangeeta Pingua Photograph: (sambad.in)

ବ୍ୟାସନଗର: ଅନାସ୍ଥା ଭୋଟ୍‌ରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ହାରିଛନ୍ତି। ପୌରାଞ୍ଚଳର ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଆଜି ଭୋଟ ତାରିଖ ଥିବା ବେଳେ ଅନାସ୍ଥା ସପକ୍ଷରେ ୨୦ଟି ଭୋଟ୍ ପଡ଼ିଥିଲା। ଏଥିରେ ୬ ଜଣ କାଉନସିଲର ଅନୁପସ୍ଥିତ ଥିଲେ। ସେଥି ମଧ୍ୟରୁ ବିଜେଡିରୁ ୪ ଜଣ, କଂଗେସରୁ ଜଣେ ଓ ବିଜେପିରୁ ଜଣେ ଏହି ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ। ୨୦ଜଣଙ୍କ ମଧ୍ୟରୁ ବିଜେଡିରୁ ୧୬ ଜଣ ଓ କଂଗ୍ରେସରୁ ୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଛନ୍ତି। 


୨୦୨୨ ମାର୍ଚ୍ଚ ୨୪ରେ ସଂଗୀତା ପିଙ୍ଗୁଆ ବିଜେଡି ଟିକେଟରେ ପୌର ନିର୍ବାଚନରେ ପାଖାପାଖି ୧୦ ହଜାର ଭୋଟରେ ଜିତିଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଥିଲେ। 

ଅନାସ୍ଥା ପ୍ରସ୍ତାବରେ ଅନୁପସ୍ଥିତ ଥିବା କାଉନସିଲରମାନେ ହେଲେ ୭ ନମ୍ବର ୱାର୍ଡରୁ ଟୁନିଆ ନାୟକ, ୯ ନମ୍ବର ୱାର୍ଡରୁ ମଣିନ୍ଦ୍ର କୁମାର ସାହୁ, ୧୦ ନମ୍ବର ୱାର୍ଡରୁ ରଶ୍ମିତା ରାଉତ, ୧୮ ନମ୍ବର ୱାର୍ଡରୁ ଭରତ ଓଝା, ୨୦ ନମ୍ବର ୱାର୍ଡରୁ ସରୋଜିନୀ ସେଠୀ ଓ ୨୪ ନମ୍ବର ୱାର୍ଡରୁ ଅଶୋକ କୁମାର ରାଉତ।  

 BJD | politics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe