ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ନକ୍ସଲ ପୁଣି ହିଂସାତ୍ମକ ହୋଇପଡ଼ିଛନ୍ତି। ଛତିଶଗଡ଼ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଚାଲିଛି।

ଅଦ୍ୟତନ ହୋଇଛି
sarpanch candidate killed naxal

sarpanch candidate killed naxal Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ନକ୍ସଲ ପୁଣି ହିଂସାତ୍ମକ ହୋଇପଡ଼ିଛନ୍ତି। ଛତିଶଗଡ଼ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଚାଲିଛି। ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନକ୍ସଲ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଲୋକଙ୍କୁ ଭୟଭିତ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଘଟଣା ଅନୁଯାୟୀ ଅରନପୁର ପଞ୍ଚାୟତର ଜଗାରାମ ନାମକ ସରପଞ୍ଚ ପ୍ରାର୍ଥ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହ ଅନ୍ୟ ୭ ଜଣ ମଧ୍ୟ ସରପଞ୍ଚ ପଦବି ନିମନ୍ତ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ତେବେ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ଅରନପୁର ଗାଁକୁ ଘେରିଥିଲେ। ସରପଞ୍ଚ ପ୍ରାର୍ଥୀ ଜଗା ରାମର ଘରକୁ ଖୋଜିଥିଲେ। ଘର ପାଇବା ପରେ କବାଟ ମାରି ଡାକିଥିଲେ। କିନ୍ତୁ ସେ କବାଟ ନଖୋଲିବାରୁ ଜବରଦସ୍ତ କବାଟ ଭାଙ୍ଗି ଘରେ ପଶି ପତ୍ନୀଙ୍କ ସାମ୍ନାରେ ହିଁ ନିର୍ମମ ହତ୍ୟା କରିଥିଲେ।

ପ୍ରକାଶ ଥାଉକି ଜଗା ରାମ ଗତ ୨୫ ବର୍ଷ ଧରି ସରପଞ୍ଚ ରହିଆସୁଛନ୍ତି। ଅରନପୁର ଠାରେ ଥାନା ଏବଂ ସିଆରପିଏଫ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ଏକ କିଲୋମିଟର ଦୁରରେ ଏହି ଘଟଣା ଘଟାଇ ନକ୍ସଲ ଚାଲିଯାଇଛନ୍ତି। ଗତ ତିନି ଦିନରେ ଏହା ଦ୍ବିତୀୟ ହତ୍ୟା ଥିଲା। ଗତ ଦୁଇ ଦିନ ତଳେ ଆକାଡି ଗ୍ରାମରେ ଜଣେ ଯୁବକଙ୍କୁ ନକ୍ସଲ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁରକ୍ଷାକର୍ମୀ ଏହି ଅଂଚଳକୁ ସର୍ଚ୍ଚ ଅପରେସନ କରୁଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe