ସରପଞ୍ଚ, ବିଜେପି ମଣ୍ଡଳ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ ସରପଞ୍ଚ ରାମ ରାଘବ ପାତ୍ର ଏବଂ ବିଜେପି ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ସନ୍ଧ୍ୟାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

attack

ଶେରଗଡ଼: ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ ସରପଞ୍ଚ ରାମ ରାଘବ ପାତ୍ର ଏବଂ ବିଜେପି ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ସନ୍ଧ୍ୟାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ପ୍ରକାରେ ରାମ ରାଘବ ପାତ୍ର ବାତ୍ୟା ଆଶ୍ରୟ ସ୍ଥଳ ନିକଟରେ ଥିବା ବେଳେ ତିନି ଗୋଟି ବାଇକରେ ୭ ରୁ ୮ ଯୁବକ ଆସି ଅଚାନକ ଆସିଥିଲେ। ଏହି ଯୁବକମାନେ ବାଇକରୁ ଓଲ୍ଲାଇ ସରପଞ୍ଚଙ୍କୁ  ଆକ୍ରମଣ କରିଥିଲେ। ଏହି ସମୟରେ ଗ୍ରାମର କାଳିଆ ମହାପାତ୍ର ନାମକ ଯୁବକ ସେଠି ଥିବା ବେଳେ ତାଙ୍କୁ ଦୁଇ ମୋଥ ବାଜିବାରୁ ସେ ଦୌଡ଼ି ପଳାଇଥିଲେ।

ଖବର ପାଇ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ ଘଟଣାସ୍ଥଳକୁ ଆସି ଛଡାଇ ବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କୁ ପ୍ରବଳ ମାଡ଼ ମାରି ଆକ୍ରମଣକାରୀମାନେ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ।

ଉଭୟ ଘଟଣାସ୍ଥଳରେ ପଡ଼ି ଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହିଞ୍ଜିଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ପିତଳ ଗ୍ରାମରେ ବିବାଦ ଲାଗି ରହିଥିବା ବେଳେ ଆଜି ସଂଘବଦ୍ଧ ଆକ୍ରମଣ ହୋଇଛି। ଏହି ଘଟଣା ପରେ ପିତଳ ଗ୍ରାମରେ ଚାପା ଉତେଜନା ଲାଗି ରହିଛି।

Crime | politics | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe