୧୧ ଲକ୍ଷ ୭୨ ହଜାର ଟଙ୍କା ହେରଫେର ମାମଲାରେ ସରପଞ୍ଚ ନିଲମ୍ବିତ

ଲୋଭୀ ସରପଞ୍ଚଙ୍କୁ ପାନେ ମିଳିଛି। ଯେଉଁ ଘଟଣାକୁ କେହି ଜାଣିପାରିବେନି ବୋଲି ଏକଦା ଭାବିଥିଲେ, ପରବର୍ତ୍ତୀ ସମୟରେ ତାହା ପଦାରେ ପଡ଼ିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତି ନିଲମ୍ବିତ ହୋଇଛନ୍ତି।

Sanjukta Mohanty

Sanjukta Mohanty Photograph: (sambad.in)

ଯାଜପୁର: ଲୋଭୀ ସରପଞ୍ଚଙ୍କୁ ପାନେ ମିଳିଛି। ଯେଉଁ ଘଟଣାକୁ କେହି ଜାଣିପାରିବେନି ବୋଲି ଏକଦା ଭାବିଥିଲେ, ପରବର୍ତ୍ତୀ ସମୟରେ ତାହା ପଦାରେ ପଡ଼ିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତି ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ୧୧ ଲକ୍ଷ ୭୨ ହଜାର ୫ଶହ ଟଙ୍କା ହେରଫେର ମାମଲାରେ ଶ୍ରୀମତୀ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୨୦୧୨-୨୦୧୭ ମସିହାରେ ସରପଞ୍ଚ ଥିବା ସମୟରେ ସେ ଏହି ଅର୍ଥ ହେରଫେର କରିଥିଲେ। ଲୋକଙ୍କ ବାର୍ଦ୍ଧକ୍ୟ ଭତ୍ତା, ମନରେଗା ଯୋଜନାର ଅର୍ଥକୁ ନିଜ ସ୍ୱାମୀ ପ୍ରଦୀପ କୁମାର ମହାନ୍ତିଙ୍କ ଆକାଉଣ୍ଟକୁ ନେଇ ଆତ୍ମସାତ ହୋଇଥିବାର ଅଭିଯୋଗ ହୋଇଥିଲା। 

ସଂଯୁକ୍ତ ମହାନ୍ତି ୨୦୧୨ରୁ ୨୦୧୭ ପ୍ରଥମ ଥର ନନ୍ଦୀପୁର ପଞ୍ଚାୟତର ସରପଞ୍ଚ ଥିଲେ। ଏହି ପଞ୍ଚାୟତରେ ୨୦୧୭ରୁ ୨୦୨୨ ଯାଏଁ ତାଙ୍କର ସ୍ବାମୀ ପ୍ରଦୀପ କୁମାର ମହାନ୍ତି ସରପଞ୍ଚ ହୋଇଥିଲେ। ଶ୍ରୀମତୀ ମହାନ୍ତି ଦ୍ବିତୀୟ ଥର ପାଇଁ ୨୦୨୨ରେ ସରପଞ୍ଚ ଭାବେ ନିର୍ବାଚନରେ ବିଜୟୀ ହୋଇଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପଂଚାୟତ ପୋଡି ସମସ୍ତ ଫାଇଲ ପୋଡି ଦେଇଯାଇଥିଲା। ଅନେକ ଅଭିଯୋଗ ଓ ପ୍ରତିବାଦ ପରେ ଜ଼ିଲ୍ଲାପାଳଙ୍କ ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ନିଲମ୍ବନ ନିର୍ଦେଶ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe