ମହାଦୁର୍ନୀତି ଅଭିଯୋଗ: ଧରା ପଡ଼ିବା ଭୟରେ ସୂଚନାଫଳକ ଭାଙ୍ଗିଦେଲେ

Advertisment

ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉଥିବ ନେଇ ଅଭିଯୋଗ ହୋଇଆସୁଛି। ବେଳେବେଳେ ବିନା କାର୍ଯ୍ୟରେ ବିଲ୍ ଉଠାଣ ହେଉଛି ତୋ କେଉଁଠି ବିନା ଗଛ ଲଗରେ ଲକ୍ଷଲକ୍ଷ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ହେଉଛି।

ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉଥିବ ନେଇ ଅଭିଯୋଗ ହୋଇଆସୁଛି। ବେଳେବେଳେ ବିନା କାର୍ଯ୍ୟରେ ବିଲ୍ ଉଠାଣ ହେଉଛି ତୋ କେଉଁଠି ବିନା ଗଛ ଲଗରେ ଲକ୍ଷଲକ୍ଷ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ହେଉଛି।

ରାଇରଙ୍ଗପୁର: ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉଥିବ ନେଇ ଅଭିଯୋଗ ହୋଇଆସୁଛି। ବେଳେବେଳେ ବିନା କାର୍ଯ୍ୟରେ ବିଲ୍ ଉଠାଣ ହେଉଛି ତୋ କେଉଁଠି ବିନା ଗଛ ଲଗରେ ଲକ୍ଷଲକ୍ଷ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ହେଉଛି। ତେବେ ଆମ୍ବଗଛ ରୋପଣ ପାଇଁ ସୂଚନାଫଳକ ନିର୍ମାଣ କରାଯିବା ପରେ ଅଳ୍ପ ଗଛ ଲଗାଯାଇଥିଲା। ହେଲେ କିଛି ବିଭାଗୀୟ ଅଧିକାରୀ, ଠିକାଦାର ଓ ଦଲାଲ ମିଶି ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଉଠାଣ କରିବା ପରେ  କିଛି ଦିନ ପରେ ନବ ନିର୍ମିତ ସୂଚନାଫଳକକୁ ଭାଙ୍ଗି ଦେଇଥିବା ଦେଖ‌ିବାକୁ ମିଳିଛି। ଏଭଳି ଦୁର୍ନୀତିକୁ ଚାପି ଦେବା ପାଇଁ ଉଦ୍ୟମ ହେଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ ବହଳଦା ବ୍ଲକ ବାସିଙ୍ଗି ଗ୍ରାମପଞ୍ଚାୟତ ବାସିଙ୍ଗି ଗ୍ରାମର କଲୋନିସାହି ପଡ଼ିଆଠାରେ ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୨-୨୩ ମସିହାରେ ଆମ୍ବ ବାଗାନ୍ କରାଯିବା ପାଇଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରେ ଆର୍ଥିକ ବର୍ଷ ୨୦୨୪-୨୫ ମସିହା କାର୍ଯ୍ୟର କୋଡ୍ ସଂଖ୍ୟା ୨୪୦୪୦୪୫/ ଡିପି/୧୦୮୭୫୩୦୮ ଅନୁସାରେ ମୋଟ ୭ ଲକ୍ଷ ୧୬ ହଜାର ୫ ଶହ ଟଙ୍କା ବ୍ୟୟ ଅଟକଳରେ ୫ ହେକ୍ଟର ଜମିରେ ଆମ୍ବ ଗଛର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଫଳକ ନିର୍ମାଣ କରାଯାଇଥିଲା। ସେହି ପଡ଼ିଆରେ ପୂର୍ବରୁ ଆକାଶିଆ ଗଛଗୁଡିକ ରୋପଣ କରାଯାଇଥିଲା। ସେହି ଆକାଶିଆ ଜଙ୍ଗଲ ଭିତରେ ଆମ୍ବ ବୃକ୍ଷରୋପଣ କରି ସରକାରୀ ଟଙ୍କା ମିଳିମିଶି ହଡ଼ପ କରିବାର ଯୋଜନା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

publive-image

ସେଥି ମଧ୍ୟରେ ମାତ୍ର ଅଳ୍ପ କେତେଟା ଆମ୍ବ ଗଛ ଲୋକ ଦେଖାଣିଆ ଲଗାଯାଇଥିଲା। ହେଲେ ସେଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ବିଗତ ପ୍ରାୟ ତିନି ମାସ ପୂର୍ବରୁ ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଦ୍ଵିତୀୟ ବର୍ଷ ଆମ୍ବ ବୃକ୍ଷ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ନୂତନଫଳକ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଭାଗୀୟ କର୍ମଚାରୀମାନେ ଆମ୍ବ ବଗିଚା ରକ୍ଷଣାବେକ୍ଷଣ ନାମରେ ମିଳି ମିଶି ସରକାରୀ ଟଙ୍କା ହେରଫେର କରିବା ପରେ ସୂଚନାଫଳକକୁ ଭାଙ୍ଗି ଚୁରମାର କରିଦେଇଛନ୍ତି। ଏହା ବ୍ୟତୀତ ଆକାଶିଆ ଜଙ୍ଗଲରେ ଦୁର୍ବୃତ୍ତ ମାନେ ନିଆଁ ଲଗାଯାଇ ଲୁଚାଇବାକୁ ଉଦ୍ୟମ ଦେଖାଯାଇଛି। ଏହି ପରି ଫଳକ ନିର୍ମାଣ କରି ସରକାରୀ ଟଙ୍କା ହଡ଼ପ କରି ଫଳକ ଭାଙ୍ଗିବାର ଅନେକ ଘଟଣା ବହଳଦା ବ୍ଲକ ଅଞ୍ଚଳରେ ଦେଖ‌ିବାକୁ ମିଳିଛି।

ବିଗତ ପ୍ରାୟ ତିନି ମାସ ପୂର୍ବରୁ ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଦ୍ଵିତୀୟ ବର୍ଷ ଆମ୍ବ ବୃକ୍ଷ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ନୂତନଫଳକ ନିର୍ମାଣ କରାଯାଇଥିଲା।

ଘଟଣା ସମ୍ପର୍କରେ ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଅଭିଷେକ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମ୍ବ ବୃକ୍ଷ ରୋପଣ ପ୍ରକଳ୍ପ କାର୍ଯ୍ୟ ୨୦୨୨- ୨୩ ମସିହାରେ ଆରମ୍ଭ କରାଯାଇଥିଲା, ସଂପୂଣ୍ଣ ପରେ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଟଙ୍କା ଖର୍ଚ୍ଚ ହୋଇ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଲକ୍ଷାଧିକ ସରକାରୀ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ୫ ଏକର ଜମିରେ ଗୋଟିଏ ମଧ୍ଯ ଆମ୍ବ ଗଛ ଦେଖ‌ିବାକୁ ମିଳୁନଥିବା ଅଭିଯୋଗ ହେଉଛି। ଏଣୁ ଉକ୍ତ ଦୁର୍ନୀତିର ତଦନ୍ତ ପାଇଁ ଜନ ସାଧାରଣରେ ଦାବି ହେଉଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe