ରାଉରକେଲା: ରାଉରକେଲା ବିମାନବନ୍ଦର ସମ୍ମୁଖରେ ଏକ ସ୍କୁଟି ଜଳିଯାଇଛି। ତେବେ ସ୍କୁଟିରେ ଥିବା ଜଣେ ଯୁବତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,ଗତକାଲି ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ଜଣେ ଯୁବତୀ ଟିଭିଏସ୍‌ ଜୁପିଟର (ଓଡି୧୪-ଡି-୫୬୦୯)ରେ ସ୍ପେସ୍‌ ଛକ ଦେଇ ଛେଣ୍ଡ୍‌ସ୍ଥ ବାସଭବନକୁ ଫେରୁଥିଲେ। ବିମାନବନ୍ଦର ପାଖରେ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏଣୁ କାରଣ ଜାଣିବାକୁ ଗାଡ଼ି ଅଟକାଇଥିଲେ। ତେବେ ସଙ୍ଗେସଙ୍ଗେ ଗାଡ଼ି ଜଳିବା ଆରମ୍ଭ ହୋଇଥିଲା।

Advertisment

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ

ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା ବେଳକୁ ସ୍କୁଟି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ:unit-1 market: ‘ଚକ୍ରବ୍ୟୂହ’ରେ ୧ନମ୍ବର ହାଟ ବ୍ୟବସାୟୀ: ନାଲିଫିତା ତଳେ ଭୂତଳ ଜଳଭଣ୍ଡାର ପ୍ରସ୍ତାବ

ଆହୁରି ପଢ଼ନ୍ତୁ:Fake job racket busted by police ପୁଲିସ ପଞ୍ଝାରେ ମିଛ ଚାକିରି ରୢାକେଟ୍‌: ୨ ଗିରଫ, ୬୨ ଲକ୍ଷ ଟଙ୍କା ଜବତ

Fire | Rourkela