ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ , ସ୍କୁଟି ଦିଦି ଗିରଫ

Advertisment

କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଓ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ୧୫ ଜଣିଆ ସ୍ବତନ୍ତ୍ର ଟିମ ରୁକସାନାଙ୍କ ସେକବାଡ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି। ରୁକସାନାଙ୍କୁ ପୁଲିସ ଗିରଫ କରିଛି।

କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଓ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ୧୫ ଜଣିଆ ସ୍ବତନ୍ତ୍ର ଟିମ ରୁକସାନାଙ୍କ ସେକବାଡ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି। ରୁକସାନାଙ୍କୁ ପୁଲିସ ଗିରଫ କରିଛି।

ଭଗଜ

ଜଳେଶ୍ଵର: ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ସେକବାଡ ଗ୍ରାମରେ ଚୋରା ରେ ବ୍ରାଉନସୁଗାର ବେପାର ଚଳାଇଥିବା ସ୍କୁଟି ଦିଦି ଓରଫ ରୁକସାନା ବିବିଙ୍କ ଘରେ ଚଢ଼ାଉ କରିଛି। ଦୀର୍ଘଦିନ ଧରି ସ୍କୁଟିରେ ବୁଲି ବୁଲି ବ୍ରାଉନସୁଗାର ବେପାର କରୁଥିବା ଏହି ମହିଳାଙ୍କ ଘରୁ ଚଢ଼ାଉ ସମୟରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଜଳେଶ୍ଵର ସମେତ ଆଖପାଖ ଅଞ୍ଚଳ ଓ ପଶ୍ଚିମବଙ୍ଗ ରେ ସ୍କୁଟି ଦିଦି ନାମରେ ପରିଚିତ ରୁକସାନାଙ୍କ ସ୍ବାମୀ ପାଖାପାଖି ୨୦ ମାସ ତଳେ କୋଲକାତା ପୁଲିସ ଦ୍ବାରା ଏକ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିଲେ।

ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଓ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ୧୫ ଜଣିଆ ସ୍ବତନ୍ତ୍ର ଟିମ ରୁକସାନାଙ୍କ ସେକବାଡ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି। ରୁକସାନାଙ୍କୁ ପୁଲିସ ଗିରଫ କରିଥିବା ବେଳେ  ଅଧିକ ତଦନ୍ତ ପାଇଁ ତାଙ୍କ ବାପାମାଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି।

ସ୍ବାମୀ ଗିରଫ ହେବା ପରେ ରୁକସାନା ନିଜ ସ୍ବାମୀଙ୍କ ନିଶା ନେଟୱର୍କକୁ ସମ୍ଭାଳୁ ଥିଲେ । ପଶ୍ଚିମବଙ୍ଗରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଓ ଜଳେଶ୍ଵର ଥାନା ରାଜପୁର ଗ୍ରାମର ଜଣେ ନିଶା ବେପାରୀଙ୍କ ଠାରୁ ବ୍ରାଉନସୁଗାର ଆଣି ଖୁଚୁରା ଓ ପାଇକାରୀରେ ବିକ୍ରି କରୁଥିଲେ। ସେକବାଡ ସ୍ଥିତ ତାଙ୍କ ଘରକୁ ପ୍ରତିଦିନ ଅପରିଚିତ ଲୋକଙ୍କ ଯାତାୟାତ ରହିଥିଲା। ଏସମ୍ପର୍କରେ ଗତ ଫେବ୍ରୁଆରି ମାସରେ ସମ୍ବାଦରେ ପ୍ରଥମ ପୃଷ୍ଠାରେ ଏକ ତଥ୍ୟ ସମ୍ବଳିତ ବିସ୍ତ୍ରୁତ ଖବର ପ୍ରକାଶିତ ପାଇଥିଲା। ତହିଁ ପରଠାରୁ ବାଲେଶ୍ଵର ଜିଲ୍ଲା ପୁଲିସର ସ୍କାନରରେ ରହିଥିଲେ 
ସ୍କୁଟି ଦିଦି ଓ ତାଙ୍କ ପରିବାର।
ଆଜି କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଓ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ୧୫ ଜଣିଆ ସ୍ବତନ୍ତ୍ର ଟିମ ରୁକସାନାଙ୍କ ସେକବାଡ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି। ରୁକସାନାଙ୍କୁ ପୁଲିସ ଗିରଫ କରିଥିବା ବେଳେ  ଅଧିକ ତଦନ୍ତ ପାଇଁ ତାଙ୍କ ବାପାମାଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି। ସେମାନେ କେଉଁ ଠାରୁ ବ୍ରାଉନସୁଗାର ଆଣୁଥିଲେ,ସେମାନଙ୍କ ଗରାଖ ତାଲିକାରେ କିଏ କିଏ ଓ ସେମାନେ କେଉଁ ଅଞ୍ଚଳର,ସେମାନଙ୍କର କେତେ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ପୁଲିସ ତାହା ଜାଣିବା ପାଇଁ ସମସ୍ତଙ୍କୁ ମାରାଥନ ଜେରା କରାଯାଉଛି ବୋଲି କୁହାଯାଇଛି। ସ୍କୁଟି ଦିଦି କୁହାଯାଉଥିବା ଏହି ମହିଳା ଓ ତାଙ୍କ ପରିବାର ନାମରେ ଜଳେଶ୍ଵର ସମେତ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଏକାଧିକ ବ୍ରାଉନସୁଗାର ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe