ସ୍କୁଟି ଆରୋହୀଙ୍କୁ ଚାପିଦେଲା କଣ୍ଟେନର: ଜେଜେବାପା ମୃତ, ନାତି ସୁରକ୍ଷିତ

Advertisment

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ଏକ କଣ୍ଟେନର ଧକାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୋର ଥାନା ତଳନଗର ଗ୍ରାମର ଶିବ ପ୍ରସାଦ ଜେନା।

Updated On

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ଏକ କଣ୍ଟେନର ଧକାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୋର ଥାନା ତଳନଗର ଗ୍ରାମର ଶିବ ପ୍ରସାଦ ଜେନା।

ଅଦ୍ୟତନ ହୋଇଛି
accident soro

Accident in Soro Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ଏକ କଣ୍ଟେନର ଧକାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୋର ଥାନା ତଳନଗର ଗ୍ରାମର ଶିବ ପ୍ରସାଦ ଜେନା (୭୦)। 

ଶିବପ୍ରସାଦ ଆଜି ଅପରାହ୍ଣରେ ନିଜ ସ୍କୁଟି ଯୋଗେ ଅସୁସ୍ଥ ନାତି କିରଣ ଜେନା(୧୧)କୁ ନେଇ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଘରକୁ ଫେରୁଥିଲେ। ତେବେ ଘରକୁ ପହଞ୍ଚିବା ପୂର୍ବରୁ ସେ ଏକ ଦୁର୍ଘଟଣାର ସାମ୍ନା କରିଥିଲେ। ବାଟରେ ନ୍ୟାସନାଲ ଢ଼ାବା ସମ୍ମୁଖରେ ଏକ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଶିବପ୍ରସାଦ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ନାତି ସୁରକ୍ଷିତ ଅଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଶିବ ପ୍ରସାଦଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତଳନଗର ନିବାସୀ ଶିବପ୍ରସାଦ ନିଜ ସ୍କୁଟି ଯୋଗେ ଅସୁସ୍ଥ ନାତି କିରଣ ଜେନାକୁ ନେଇ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଘରକୁ ଫେରୁଥିଲେ। ଘରକୁ ପହଞ୍ଚିବା ପୂର୍ବରୁ ସେ ଏକ ଦୁର୍ଘଟଣାର ସାମ୍ନା କରିଥିଲେ। ବାଟରେ ନ୍ୟାସନାଲ ଢ଼ାବା ସମ୍ମୁଖରେ ଏକ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା।

ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ ସ୍କୁଟିକୁ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ‌ସୌଭାଗ୍ୟବଶତଃ କିରଣ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି। 

Accident ବାଲେଶ୍ଵର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe