‘ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସ୍କୁବା ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ’

ଆହୁରି ୩୦୦ ଅଗ୍ନିଯୋଦ୍ଧା ପଦବି ପୂରଣ କରାଯିବ। ବିପର୍ଯ୍ୟୟ କ୍ଷେତ୍ରରେ କିଭଳି ଭଲ କାମ କରାଯିବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶମ ସେବା ପାଇଁ ଅନ୍ତର୍ଜାତୀୟସ୍ତରରେ ଆମେ ସମ୍ମାନିତ ‌ହୋଇଛୁ।

ert (1)

ଭୁବନେଶ୍ବର: ଆହୁରି ୩୦୦ ଅଗ୍ନିଯୋଦ୍ଧା ପଦବି ପୂରଣ କରାଯିବ। ବିପର୍ଯ୍ୟୟ କ୍ଷେତ୍ରରେ କିଭଳି ଭଲ କାମ କରାଯିବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶମ ସେବା ପାଇଁ ଅନ୍ତର୍ଜାତୀୟସ୍ତରରେ ଆମେ ସମ୍ମାନିତ ‌ହୋଇଛୁ। ଅଗ୍ନିଯୋଧ୍ୟାମାନଙ୍କ ପ୍ରଶିକ୍ଷଣରେ କିଭଳି ଉନ୍ନତ ହୋଇପାରିବ, ସେଥିପାିଁ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଷ୍ଟିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ବ୍ୟାଚର 'ଦୀକ୍ଷାନ୍ତ ସମାରୋହ' ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। 

କୋଣାର୍କ ନିକଟ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସ୍କୁବା ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାରଙ୍କ ଏନ୍‌ଡିଆରଏଫ୍‌ ସହିତ ଆମ ଅଗ୍ନିଯୋଧ୍ୟାମାନେ ମିଶି ପ୍ରଶିକ୍ଷିତ ହେବେ। ସେଥିପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ମିଳିତ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ଦୀକ୍ଷାନ୍ତ ସମାରୋହ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଣାର୍କ ନିକଟ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସ୍କୁବା ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାରଙ୍କ ଏନ୍‌ଡିଆରଏଫ୍‌ ସହିତ ଆମ ଅଗ୍ନିଯୋଧ୍ୟାମାନେ ମିଶି ପ୍ରଶିକ୍ଷିତ ହେବେ। ସେଥିପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ମିଳିତ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି। ଆମ ସରକାର ସମୟରେ ୯ ମାସ ତଳେ ଏହି ଅଗ୍ନିଯୋଧ୍ୟାଙ୍କୁ ନିଯୁକ୍ତି ମିଳିଥିଲା। ଏମାନେ ବନ୍ୟା ଓ ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷାର ଢାଲ ସାଜିବେ। ସାରା ଦେଶରେ ଆମ ଅଗ୍ନିଶମ ବିଭାଗ ସର୍ବୋତ୍ତମ ୩ ମଧ୍ୟରେ ରହିଛି। ଗତ ଘୋଷଯାତ୍ରା ସମୟରେ କାର୍ଯ୍ୟଶୈଳୀ ଉଚ୍ଚକୋଟୀର ଥିଲା।  

CM Mohan Charan Majhi | Konark

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe