ରାଉରକେଲା: ସେକ୍ଟର-୪ରେ ଗତକିଛି ମାସତଳେ ସିଲ୍‌ ହୋଇଥିବା ‘ଲୀଲା ରେସ୍ତୋରାଁ’ରେ ରୋଚକଦୃଶ୍ୟ ଦେଖିବାକୁ ମିଳିଥିଲା। ରେସ୍ତୋରାଁକୁ ସିଲ୍‌ବେଳେ ଆର୍‌ଏସ୍‌ପି ସହରସେବା ବିଭାଗ ଓ ପ୍ରଶାସନିକ ଅଧିକାରୀ ପୁଲିସର ସହାୟତା ଲୋଡ଼ିଥିଲେ। ସେକ୍ଟର-୩ ପୁଲିସ ଉପସ୍ଥିତିରେ ରେସ୍ତୋରାଁକୁ ସିଲ୍‌ କରାଯାଇଥିଲା। କିନ୍ତୁ ଆର୍‌ଏସ୍‌ପି ସହରସେବା ବିଭାଗ ଓ ପ୍ରଶାସନର ଅଧିକାରୀ ପୁଲିସର ସହାୟତା ‌ଲୋଡ଼ିନଥିଲେ। ସିଲ୍‌ଥିବା ରୋସ୍ତାରାଁକୁ କଟରରେ କାଟିବା ପରେ ଅଧିକାରୀମାନେ ଭିତରେ ପଶି ଯାଞ୍ଚ କରିଥିଲେ।

Advertisment

ରେସ୍ତୋରାଁ ଖୋଲିବାର ତିନି ଘଣ୍ଟା ପୁଣି ସିଲ୍‌

ରେସ୍ତୋରାଁକୁ ଅନ୍ୟକାହାକୁ ଭଡ଼ାସୂତ୍ରରେ ଦେବାକୁ ତା’ର ମୂଲ୍ୟ ଆକଳନ କରିଥିଲେ। ଆର୍‌ଏସ୍‌ପିର ରାଜସ୍ବ ବୃଦ୍ଧିପାଇଁ ନିଜସ୍ବ ସମ୍ପତ୍ତିକୁ ଯାଞ୍ଚକରିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଆର୍‌ଏସ୍‌ପି ସହରସେବା ବିଭାଗର ଅଧିକାରୀମାନେ ଯେଉଁଭଳି ଢ଼ଙ୍ଗରେ କାମ କରିଥିଲେ, ତାକୁ ସେକ୍ଟର-୩ ପୁଲିସ ପକ୍ଷରୁ ନାପସନ୍ଦ କରାଯାଇଛି। ‌ରେସ୍ତୋରାଁ ଖୋଲିବାର ତିନି ଘଣ୍ଟା ପରେ ଆର୍‌ଏସ୍‌ପି ସହରସେବା ବିଭାଗ ପୁଣି ସିଲ୍‌ କରି ଦେଇଥିଲା।

ଅଧିକପଢ଼ନ୍ତୁ:Vigilance Raid Hatadihi Peo ଭିଜିଲାନ୍ସ ଜାଲରେ ହାଟଡିହି ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ଉଲ୍ଲେଖଯୋଗ୍ୟ, ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ବକେୟା  ଜମା ନ କରିବାକୁ କୋର୍ଟର ଅନୁମତି ପରେ ଆର୍‌ଏସ୍‌ପି ସହରସେବା ବିଭାଗ ଗତ ୩ ଜୁଲାଇରେ ରେସ୍ତୋରାଁକୁ ସିଲ୍‌ କରିଥିଲା। ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଥିଲା।