ରାଉରକେଲା: ସହରରେ କଥା କଥାକେ ଗୁଳି ଫୁଟିବା ରାଉରକେଲା ଜିଲ୍ଲା ପୁଲିସର ଚିନ୍ତା ବଢ଼ାଇଛି। ଗତ ୩୫ ମାସ ମଧ୍ୟରେ ରାଉରକେଲା ଜିଲ୍ଲା ପୁଲିସ ୬୬ ବନ୍ଧୁକ ଜବତ କରିବା ସହ ୧୨୨ଜଣକୁ ଗିରଫ କରି ଜେଲ୍ ପଠାଇଥିଲା। ଏ ସମ୍ପର୍କିତ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଉରକେଲା ଜିଲ୍ଲା ପୁଲିସ ବେଶ୍ ସକ୍ରିୟ ହୋଇଛି। ଏସ୍ପି ନୀତେଶ ୱାଧୱାନୀଙ୍କ ନିର୍ଦେଶରେ ରାଉରକେଲା ପୁଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବନ୍ଧୁକ ଚୋରା କାରବାର ଉପରେ କଡ଼ା ନଜର ରଖାଯାଇଛି। କେବଳ ଏତିକି ନୁହେଁ ଏସ୍ପିଙ୍କ ନିର୍ଦେଶରେ ଗଠିତ ପୁଲିସ ଟିମ୍ ସହରର ବିିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।
ଅଧିକପଢ଼ନ୍ତୁ:କୁକୁରଙ୍କୁ ମାଂସ ଖୁଆଇ ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା, ସିସିଟିଭିରୁ ଜଣାପଡ଼ିଲା ସତ
ଏସ୍ପିଙ୍କ ନେତୃତ୍ବରେ ଗଠିତ ହୋଇଛି ଟିମ୍
ଏସ୍ପିଙ୍କ ନେତୃତ୍ବରେ ଉଦିତନଗର, ସେକ୍ଟର-୧୫, ବ୍ରାହ୍ମଣୀତରଙ୍ଗ, ପ୍ଲାଣ୍ଟସାଇଟ୍ ଓ ଅନ୍ୟ ଥାନାର ଥାନାଅଧିକାରୀ ବାସନ୍ତୀକଲୋନି ଡିଏଲ୍ ବ୍ଲକ୍ର ବ୍ୟବସାୟୀ ରତନ ଗୁପ୍ତା୍ଙ୍କ ଘରେ ଚଢ଼ଉ କରିଥିଲା। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। ବିନା ଲାଇସେନ୍ସରେ ବନ୍ଧୁକ ରଖିଥିବା ପୁଲିସ ସୂଚନା ପାଇବା ପରେ ଚଢ଼ଉ କରିଥିବା କୁହାଯାଉଛି। ବନ୍ଧୁକ ନା ଅନ୍ୟ କିଛି ପୁଲିସ ତା’ ସ୍ପଷ୍ଟ କରିନି। ଯାଞ୍ଚ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କି ନାହିଁ ଜଣାପଡ଼ିବ। ଗତ ଦୁଇ ଦିନରେ ପୁଲିସ ପ୍ରାୟ ୩୦ରୁ ୪୦ ଜାଗାରେ ଚଢ଼ଉ କରିଥିବା ଜଣାପଡ଼ିଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ତଥ୍ୟାନୁଯାୟୀ ଗତ ୩୫ ମାସ(୨୦୨୨ରୁ ୨୦୨୫ ନଭେମ୍ବର) ସୁଦ୍ଧା ୬୬ ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି। ଏଥିମଧ୍ୟରେ ରହିଛି ୪ଟି ଏକେ ୪୭ ଭଳି ରାଇଫଲ୍। ରାଉରକେଲା ପୁଲିସ ବନ୍ଧୁକ ରଖିବା ଓ ବ୍ୟବହାର କରିବା ଘଟଣାରେ ୧୨୨ ଜଣଙ୍କୁ ବାନ୍ଧି ଜେଲ୍ ପଠାଇସାରିଛି। ଏହାସତ୍ବେ ଅପରାଧୀ ଓ ଅସାମାଜିକ ବ୍ୟକ୍ତି ନିର୍ଭୟରେ ପକେଟ୍ରେ ବନ୍ଧୁକ ପୂରାଇ ବୁଲୁଛନ୍ତି।
ଅଧିକପଢ଼ନ୍ତୁ:ଇଗନଉ ଅନଲାଇନ କୋର୍ସ ପାଇଁ ପଞ୍ଜିକରଣ ଆରମ୍ଭ
୨୦୨୨ରେ ମୋଟ ୨୩ଟି ବନ୍ଧୁକ ଓ ପିସ୍ତଲ ଜବତ ହୋଇଥିଲା। ଏଥିରେ ରହିଥିଲା ୪ଟି ଏକେ ୪୭ ରାଇଫଲ୍। ଏସବୁ ବନ୍ଧୁକ ପ୍ଲାଣ୍ଟସାଇଟ୍, ଲହୁଣିପଡ଼ା, ସେକ୍ଟର-୧୫, ରଘୁନାଥପାଲି, ବିଶ୍ରା, ସେକ୍ଟର-୩, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ ଜବତ ହୋଇଛି। ସର୍ବାଧିକ ଜବତ ହୋଇଥିଲା ରାଉରକେଲା ପ୍ଲାଣ୍ଟସାଇଟ୍ ଅଞ୍ଚଳରେ। ୨୦୨୩ରେ ୪ ବନ୍ଧୁକ ଜବତ ହୋଇଥିବାବେଳେ ୧୧ଙ୍କୁ ଗିରଫ କରାଯାଇଥିଲା। ୨୦୨୪ରେ ୮ ବନ୍ଧୁକ ଓ ପିସ୍ତଲ ଜବତ ହୋଇଥିଲା। ଏହି ଘଟଣାରେ ପୁଲିସ ୧୪ ଜଣଙ୍କୁ ଗିରଫ କରିଥିଲା। ଏପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରିପାରିନି। ୨୦୨୫ ନଭେମ୍ବର ସୁଦ୍ଧା ୨୭ ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି। ପୁଲିସ ୫୦ ଅଭିଯୁକ୍ତକୁ ଜେଲ୍ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/14/HtTNTuh1tlluUJ3sRNZT.jpg)