ଭୋପାଳ: ମଧ୍ୟ ପ୍ରଦେଶର ଭୋପାଳର ଏକ କଲୋନିରେ ଫିଲ୍ମ ଷ୍ଟାଇଲ୍ ଡକାୟତି ଘଟିଛି। ମୁଖା ପିନ୍ଧା ଲୋକମାନେ ପ୍ରଥମେ କୁକୁରମାନଙ୍କୁ ମାଂସ ଫିଙ୍ଗି ଚୁପ୍ କରାଇଥିଲେ ଏବଂ ତା’ପରେ ଖଣ୍ଡା ଏବଂ ଛୁରୀ ବ୍ୟବହାର କରି ତାଲା ଭାଙ୍ଗି ୧୮ ଲକ୍ଷ ଟଙ୍କାର ଡକାୟତି କରିଥିଲେ।
ଭୋପାଳର ଏୟାରପୋର୍ଟ ରୋଡରେ ଅବସ୍ଥିତ ଏକ ପ୍ରସିଦ୍ଧ କଲୋନୀ ସୂରଜ ନଗରରେ ଏକ ଆଶ୍ଚର୍ଯ୍ୟଜନକ ଡକାୟତି ଘଟଣା ସାମ୍ନାକୁ ଆସିଛି। ଡକାୟତମାନେ ବରିଷ୍ଠ ଓକିଲ ଅଖିଳେଶ ଶ୍ରୀବାସ୍ତବଙ୍କ ଘରକୁ ଟାର୍ଗେଟ କରି ପ୍ରାୟ ୧୮ ଲକ୍ଷ ନଗଦ ଟଙ୍କା ସହ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ନେଇଥିଲେ। ଏହି ଅପରାଧ ଘଟାଇବା ପାଇଁ, ଅପରାଧୀମାନେ ପ୍ରଥମେ ଘର ଜଗି ରହିଥିବା ପୋଷା କୁକୁରମାନଙ୍କୁ ମାଂସ ଦେଇ ପ୍ରଲୋଭିତ କରିଥିଲେ ଏବଂ ତା'ପରେ ବନ୍ଧୁକ ମୁନରେ ତାଲା ଭାଙ୍ଗି ଦେଇଥିଲେ।
ଯୋଜନାବଦ୍ଧ ଭାବରେ କରିଥିଲେ ଚୋରି
ଘଟଣାଟି ଡିସେମ୍ବର ୨୬ ତାରିଖର ରାତିରେ ଘଟିଥିଲା। ଡକାୟତମାନେ ସତର୍କତାର ସହିତ ଯୋଜନାବଦ୍ଧ ଭାବରେ ଏହି ଘଟଣା ଘଟାଇଥିଲେ। ଓକିଲ ନିଜ ଘରେ ଦୁଇଟି କୁକୁର ରଖିଥିଲେ। ଚୋରି କରିବା ପାଇଁ ଡକାୟତମାନେ ପ୍ରଥମେ ବାହାରୁ ସେହି କୁକୁରଙ୍କ ଉପରକୁ ମାଂସର ଖଣ୍ତ ଫିଙ୍ଗିଥିଲେ। ଯାହା ଦ୍ବାରା ସେମାନେ ଭୁକିବା ବନ୍ଦ କରିଦେଇଥିଲେ। ପରେ ସେମାନେ ନିଜର ଚୋରି କରିବା ଉଦେଶ୍ୟକୁ କାର୍ଯ୍ୟକାରୀ କରିଥିଲେ ।
ସିସିଟିଭି ଫୁଟେଜରୁ ମିଳିଛି ତଥ୍ୟ
ସିସିଟିଭି ଫୁଟେଜ୍ ଏବଂ ପ୍ରାରମ୍ଭିକ ତଦନ୍ତ ଅନୁସାରେ, ପ୍ରାୟ ଆଠ ଜଣ ମୁଖାପିନ୍ଧା ଡକାୟତ ଏକ ଲୋଡିଂ ଗାଡ଼ିରେ ଆସିଥିଲେ। ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ତାଲା କାଟିବା ପାଇଁ ଉପକରଣ ଥିଲା। ଦୁର୍ବୃତ୍ତମାନେ କାନ୍ଥ ଏବଂ ଗେଟ୍ ଡେଇଁ ଭିତରକୁ ପ୍ରବେଶ କରିଥିଲେ ଏବଂ କୋଠରୀର ତାଲା ଭାଙ୍ଗି ଆଲମାରୀରେ ରଖାଯାଇଥିବା ୧୮ ଲକ୍ଷ ଟଙ୍କା ନଗଦ ଏବଂ ମୂଲ୍ୟବାନ ସୁନା ଏବଂ ଅଳଙ୍କାର ନେଇ ଯାଇଥିଲେ।
ଆହୁରି ପଢ଼ନ୍ତୁ: Truck flattens SUV In UP: ବୋଲେରୋ ଉପରେ ଓଲଟିଲା ଧାନ ଅଗାଡ଼ି ବୋଝେଇ ଟ୍ରକ୍, ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
କଣ କହିଛନ୍ତି ଅଭିଯୋଗକାରୀ
ଅଭିଯୋଗକାରୀ ପୁଲିସକୁ କହିଛନ୍ତି ଯେ, ଅଖିଳେଶ ଶ୍ରୀବାସ୍ତବ ତାଙ୍କର ଚିକିତ୍ସା ପାଇଁ ଇନ୍ଦୋର ଯାଇଥିଲେ। ଡିସେମ୍ବର ୨୬ ତାରିଖ ସକାଳ ପ୍ରାୟ ୮ଟାରେ ତାଙ୍କ ଚାକରାଣୀ ଜ୍ୟୋତି ଫୋନ୍ କରି ଜଣାଇଥିଲେ ଯେ ଘରର ଦ୍ୱାର ଭଙ୍ଗା ହୋଇଛି। ଯେତେବେଳେ ସେ ଅପରାହ୍ନ ୧ ଟାରେ ଭୋପାଳ ଫେରିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ଆଲମାରୀ ଏବଂ ଘରର ଦ୍ୱାର ଭଙ୍ଗା ହୋଇଥିବାର ଦେଖିବାକୁ ପାଇଥିଲେ। ଏହାସହ ଘରର ମୂଲ୍ୟବାନ ଜିନିଷପତ୍ର ମଧ୍ୟ ଗାଏବ ଥିବାର ସେ ଦେଖିଥିଲେ।
ଆହୁରି ପଢ଼ନ୍ତୁ:Accident Biker Dies ହାଇୱା ସହ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ, ଗାଡ଼ି ଚାଳକ ଫେରାର
ମାମଲା ରୁଜୁ କରିଛି ପୁଲିସ
ଏନେଇ ଭୋପାଳର କୋହଫିଜା ପୁଲିସ ଏହି ମାମଲା ରୁଜୁ କରିଛି। ଡକାୟତଙ୍କ ଲୋଡିଂ ଗାଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଏୟାରପୋର୍ଟ ରୋଡ୍ ଏବଂ ସୂରଜ ନଗରରେ ସ୍ଥାପିତ କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଘଟଣାସ୍ଥଳକୁ ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଛି। କୋହେଫିଜା ଟିଆଇ କୃଷ୍ଣ ଗୋପାଳ ଶୁକ୍ଲା କହିଛନ୍ତି ଯେ, ପୁଲିସ ମାମଲାର ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/29/untitled-11-copy-2025-12-29-14-31-15.jpg)