ଆଇଆଇଏମସି ଢେଙ୍କାନାଳକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ସହଯୋଗ ରହିବ: ସଚିବ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଂଜୟ ଜାଜୁ ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) କ୍ୟାମ୍ପସ ପରିଦର୍ଶନରେ ଆସି ଏହାର ନବୀକରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।

ଢେଙ୍କାନାଳ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଂଜୟ ଜାଜୁ ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) କ୍ୟାମ୍ପସ ପରିଦର୍ଶନରେ ଆସି ଏହାର ନବୀକରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଏହା ସହିତ ସେ ଏହି କ୍ୟାମ୍ପସର ଆଗାମୀ ବିକାଶ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। 

ଏହି ଗସ୍ତ ସମୟରେ ଶ୍ରୀ ଜାଜୁ ସଂସ୍ଥାନର ବିଭିନ୍ନ ଭିତ୍ତିଭୂମି ବିଶେଷକରି ଛାତ୍ର ଓ ଛାତ୍ରୀ ହଷ୍ଟେଲ, ଏକାଡେମିକ ବ୍ଲକ, ଅଡିଓ-ଭିଡିଓ କେନ୍ଦ୍ର ଓ ପ୍ରଶାସନିକ ବ୍ଲକକୁ ବୁଲି ଦେଖିଥିଲେ। ସଂସ୍ଥାନର ବର୍ତ୍ତମାନର ସ୍ଥିତି, ଶିକ୍ଷାଗତ ପଦକ୍ଷେପ, ଭିତ୍ତିଭୂମି ଆବଶ୍ୟକତା ଓ ସଂପ୍ରସାରଣ ପାଇଁ ଯୋଜନା ସଂପର୍କରେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। 

publive-image

ଏହି ଆଲୋଚନା ଅବସରରେ ପ୍ରଫେସର ପ୍ରଧାନ ଏହି କ୍ୟାମ୍ପସ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଭବିଷ୍ୟତର ସୁଯୋଗ ବିଶେଷକରି ପାଠ୍ୟକ୍ରମ ବିକଳ୍ପର ସଂପ୍ରସାରଣ ଓ ଛାତ୍ରଛାତ୍ରୀ କ୍ଷମତା ବୃଦ୍ଧି ସଂପର୍କରେ ସଚିବଙ୍କୁ ଅବଗତ କରାଇଥିଲେ। ଏହା ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ (ଏମଏ) ଆରମ୍ଭ କରିବା ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସମ୍ପର୍କକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା। 

କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ନେଇ ଶ୍ରୀ ଜାଜୁ ସନ୍ତୋଷ ପ୍ରକାଶ କରିବା ସହ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ଆଇଆଇଏମସି ଢେଙ୍କାନାଳକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଂପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ଏହି ଗସ୍ତ ଦେଶରେ ଗଣମାଧ୍ୟମ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ସୁଦୃଢୀକରଣ ଉପରେ ମନ୍ତ୍ରଣାଳୟ ଦେଉଥିବା ଗୁରୁତ୍ବକୁ ଦର୍ଶାଉଛି। 

Dhenkanal | IIMC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe