କଂଗ୍ରେସ ବିଧାୟକଙ୍କ ହଙ୍ଗାମା: ବିଧାନସଭା ଚାରିପାଖେ ବିଏସ୍‌ଏସ୍‌ ୧୬୩ ଧାରା ଲାଗୁ

ବିଧାନସଭାରେ ମଙ୍ଗଳବାର ଅପରାହ୍‌ଣରେ କଂଗ୍ରେସ ବିଧାୟକମାନଙ୍କ ହଙ୍ଗାମା ପରେ ଜଟିଳ ପରିସ୍ଥିତି ଦେଖାଯାଇଛି। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଉତ୍ତେଜନା ରାତି ପର୍ଯ୍ୟନ୍ତ ଜାରି ରହିଛି।

Orissa assembly

Orissa assembly Photograph: (sambad.in)

ଭୁବନେଶ୍ବର: ବିଧାନସଭାରେ ମଙ୍ଗଳବାର ଅପରାହ୍‌ଣରେ କଂଗ୍ରେସ ବିଧାୟକମାନଙ୍କ ହଙ୍ଗାମା ପରେ ଜଟିଳ ପରିସ୍ଥିତି ଦେଖାଯାଇଛି। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଉତ୍ତେଜନା ରାତି ପର୍ଯ୍ୟନ୍ତ ଜାରି ରହିଛି। ବିଧାନସଭା ଆଗରେ ଧାରଣାରତ କଂଗ୍ରେସକର୍ମୀଙ୍କୁ ପୁଲିସ ଉଠାଇଛି। କିନ୍ତୁ କଂଗ୍ରେସର ବରିଷ୍ଠ କର୍ମୀମାନେ ନିଜ ଦଳର ବିଧାୟକମାନଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ପୁଲିସ ଆଗକୁ ଯିବା ପାଇଁ ଅନୁମତି ଦେଉନାହିଁ। ଅନ୍ୟପଟରେ ବିଧାନସଭା ଚାରିପାଖରେ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ତାରା-ରମେଶଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ବିଧାୟକ ବିଧାନସଭାରୁ ନିଲମ୍ବିତ

ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା, ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ଅଭିଯୋଗରେ କଂଗ୍ରେସର ୧୨ (ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ)ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଥିଲେ।  

ବିଧାନସଭା ଆଗରେ ଧାରଣାରତ କଂଗ୍ରେସକର୍ମୀଙ୍କୁ ପୁଲିସ ଉଠାଇଛି। କିନ୍ତୁ କଂଗ୍ରେସର ବରିଷ୍ଠ କର୍ମୀମାନେ ନିଜ ଦଳର ବିଧାୟକମାନଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ପୁଲିସ ଆଗକୁ ଯିବା ପାଇଁ ଅନୁମତି ଦେଉନାହିଁ। ଅନ୍ୟପଟରେ ବିଧାନସଭା ଚାରିପାଖରେ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। 

ନିଲମ୍ବନ ହେଲା ପରେ କଂଗ୍ରେସର ବିଧାୟକମାନେ ଆହୁରି ଉତ୍ତେଜିତ ହୋଇଥିଲେ। ନିଲମ୍ବିତ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳକୁ ଯାଇ ଘଣ୍ଟ ବଜାଇଥିଲେ। ଶେଷରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏହି ଘଟଣା ନେଇ ବିଧାନସଭା ଆଗରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା।ସୁରକ୍ଷାକର୍ମୀମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ୫ଜଣ ନେତାଙ୍କୁ ଅଟକାଇ ଥିଲେ। କଂଗ୍ରେସ କର୍ମୀମାନେ ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ହୋଇଥିଲା। ଧସ୍ତାଧସ୍ତି ପରେ ବିଧାନସଭା ବାହାରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ।  

politics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe