ନିଶାସକ୍ତ ଚାଳକ ନେଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ, ଅଭିଯୁକ୍ତ ଅଟକ, ଟ୍ରକ୍ ଜବତ

Advertisment

ଏକ ଗହଣା ଦୋକାନକୁ ୧୨ ଚକିଆ ଟ୍ରକ୍ ମାଡ଼ିଯିବାରୁ ସୁରକ୍ଷା କର୍ମୀଙ୍କ ଜୀବନ ଚାଲିଯାଇଛି।ଟ୍ରକ୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଲାଙ୍ଗୀର ଟାଉନ୍ ଥାନା ପୁଲିସ  ଅଭିଯୁକ୍ତ ଚାଳକକୁ ଅଟକ ରଖିବା ସହ ଟ୍ରକକୁ ଜବତ କରିଥିବା ଜଣାଯାଇଛି।

njk

ବଲାଙ୍ଗୀର: ବିଳମ୍ବିତ ରାତିରେ ବଲାଙ୍ଗୀର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗହଣା ଦୋକାନକୁ ୧୨ ଚକିଆ ଟ୍ରକ୍ ମାଡ଼ିଯିବାରୁ ସୁରକ୍ଷା କର୍ମୀଙ୍କ ଜୀବନ ଚାଲିଯାଇଛି।

ଟ୍ରକ୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଲାଙ୍ଗୀର ଟାଉନ୍ ଥାନା ପୁଲିସ  ଅଭିଯୁକ୍ତ ଚାଳକକୁ ଅଟକ ରଖିବା ସହ ଟ୍ରକକୁ ମଧ୍ୟ ଜବତ କରିଥିବା ଜଣାଯାଇଛି। ଏଣେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ପଠାଇଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ସହରର ପାଟଣା ଛକ ନିକଟସ୍ଥ ରାଧିକା ଜୁଏଲର୍ସରେ ସିଦ୍ଧାର୍ଥ ପ୍ରଧାନ(୩୨) ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ସେ ଦୋକାନ ସାମ୍ନାରେ ଡ୍ୟୁଟି  କରୁଥିବା ବେଳେ ହଠାତ୍ ଏକ ୧୨ ଚକିଆ ଟ୍ରକ୍ ଦୋକାନକୁ ମାଡ଼ିଯାଇଥିଲା। କିଛି ବୁଝିବା ଆଗରୁ ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସିଦ୍ଧାର୍ଥ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍ ଟି ରମାଇ ଟକିଜ୍ ଛକ ନିକଟରୁ ଜାତୀୟ ରାଜପଥ ଆଡ଼କୁ ଯାଉଥିଲା।

ଟ୍ରକ୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଲାଙ୍ଗୀର ଟାଉନ୍ ଥାନା ପୁଲିସ  ଅଭିଯୁକ୍ତ ଚାଳକକୁ ଅଟକ ରଖିବା ସହ ଟ୍ରକକୁ ମଧ୍ୟ ଜବତ କରିଥିବା ଜଣାଯାଇଛି। ଏଣେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe