କାରେଗୁଟ୍ଟା ଜଂଗଲରେ ଯବାନ: ୨ଟି ପାହାଡ଼କୁ କଲେ କବ୍‌ଜା

ନକ୍ସଲ ଧୀରେଧୀରେ ପଛଘୁଞ୍ଚା ଦେଇଛନ୍ତି। କିନ୍ତୁ ନକ୍ସଲଙ୍କୁ କୌଣସି ପ୍ରକାରେ ଛଡାଯିବ ନାହିଁ ବୋଲି ପୁଲିସ ଯୁକ୍ତି ବାଢିଛି। ଅନ୍ୟପଟେ ନକ୍ସଲ ତିନି ତିନି ଥର ଚିଠି ଦେଇ ଶାନ୍ତାବାର୍ତ୍ତା ପାଇଁ ଆଲୋଚନା କରିବାକୁ ଅନୁରୋଧ କରିଚାଲିଛି।

Security force

Security force Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସମାନ୍ତବର୍ତ୍ତୀ କାରେଗଟ୍ଟା ଜଂଗଲରେ ଯବାନଙ୍କ ୯ ଦିନ ପୁରିଛି। ଲଗାତାର ଯବାନ କାରେଗଟ୍ଟାର ୧୫୦ କିଲୋମିଟର ପାହାଡ଼କୁ ନିଜ କବଜାକୁ ନେବାରେ ସଫଳ ହେଉଛନ୍ତି। ତେବେ ଏହି ଜଂଗଲର ୨ଟି ପାହାଡକୁ ଯବାନ ନିଜ କବଜାକୁ ନେବାରେ ସଫଳ ହୋଇଛନ୍ତି। ପ୍ରାୟ ୧୦ ହଜାର ଯବାନ ଏହି ଜଂଗଲକୁ ଘେରି ରହିଛନ୍ତି।

ନକ୍ସଲଙ୍କର ଶେଷ ସମୟ ଆସିଯାଇଛି ବୋଲି ପୁଲିସ କହିଛି। କାରେଗଟ୍ଟା ଜଂଗଲରୁ ଦୁଇଟି ପାହାଡରେ ଯବାନ ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଆଉ ଗୋଟିଏ ପାହାଡକୁ ଅକ୍ତିଆର କରିବାର ବାକି ରହିଛି। ନକ୍ସଲ ସେହି ପାହାଡରେ ଲୁଚି ରହିଥିବା ସୂଚନା ମିଳିଛି। ସମସ୍ତ ଟପ୍ କ୍ୟାଡର ନକ୍ସଲ ଏହି କାରେଗଟ୍ଟା ଜଂଗଲରେ ହିଁ ଲୁଚି ରହିଥିବା ଯବାନ ସୂଚନା ପାଇବା ପରେ ବଡ ଅପରେସନକୁ ଲଞ୍ଚ କରାଯାଇଥିଲା।

ତେବେ ନକ୍ସଲ ଏହା ଜାଣିବା ପରେ ଧୀରେଧୀରେ ପଛଘୁଞ୍ଚା ଦେଇଛନ୍ତି। କିନ୍ତୁ ନକ୍ସଲଙ୍କୁ କୌଣସି ପ୍ରକାରେ ଛଡାଯିବ ନାହିଁ ବୋଲି ପୁଲିସ ଯୁକ୍ତି ବାଢିଛି। ଅନ୍ୟପଟେ ନକ୍ସଲ ତିନି ତିନି ଥର ଚିଠି ଦେଇ ଶାନ୍ତାବାର୍ତ୍ତା ପାଇଁ ଆଲୋଚନା କରିବାକୁ ଅନୁରୋଧ କରିଚାଲିଛି। ବନ୍ଧୁକରେ କେବେ ମଧ୍ୟ ଶାନ୍ତିବାର୍ତ୍ତା ହୋଇପାରିବ ନାହିଁ ବୋଲି ନକ୍ସଲ କହୁଛନ୍ତି। କିନ୍ତୁ ସେମାନେ ହିଁ ବନ୍ଧୁକ ମୁନରେ ସରକାରଙ୍କୁ ଚେତାବନୀ ଦେଇଚାଲିଛନ୍ତି ବୋଲି ପୁଲିସ କହିଛି। ସରକାର କିନ୍ତୁ ଶାନ୍ତିବାର୍ତ୍ତା ପାଇଁ ରାଜି ଥିଲେ ମଧ୍ୟ ପ୍ରଥମେ ସମସ୍ତେ ଆତ୍ମସମର୍ପଣ କର ବୋଲି ଜିଦରେ ଅଟଳ ରହିଛି।

ସରକାରଙ୍କର ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ। ନଚେତ ମରିବା ପାଇଁ ପ୍ରସ୍ତୁତ ରୁହ ବୋଲି ଶେଷ ନିଷ୍ପତ୍ତି ଶୁଣାଇଛନ୍ତି। କାରେଗଟ୍ଟା ଜଂଗଲରେ ରହିଥିବା ତିନୋଟି ପାହାଡ଼ ମଧ୍ୟରୁ ଦୁଇଟି କବଜାରେ ଯିବା ପରେ ଆଉ କିଛି ଦିନ ପରେ ତୃତୀୟ ପାହାଡ଼କୁ ଯବାନ ନିଜ କବଜାକୁ ନେବେ ବୋଲି ପୁଲିସ ଆଶା ବାନ୍ଧିଛି। ଏହି ଜଂଗଲରେ ଥିବା ନକ୍ସଲଙ୍କର ସମସ୍ତ ଠିକଣାକୁ ଧ୍ବଂସ କରିଚାଲିଛନ୍ତି ଯବାନ। ୨୦୨୬ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଛତିଶଗଡ଼ରୁ ନିଶ୍ଚିତ ଭାବେ ନକ୍ସଲ ହଟିବେ ବୋଲି କୁହାଯାଇଛି।

Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe