ବିମାନବନ୍ଦରରେ ଅଭାବନୀୟ ଘଟଣା: ଷ୍ଟେସନ୍‌ ମ୍ୟାନେଜରଙ୍କ ଆକ୍ରମଣରେ ସୁରକ୍ଷା କର୍ମୀ ରକ୍ତାକ୍ତ

Advertisment

ଜୟପୁର ବିମାନବନ୍ଦରର ଷ୍ଟେସନ୍ ମ୍ୟାନେଜର ଚନ୍ଦୁ ବେହେରାଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ରାଜେଶ କୁମାର ସାହୁ ଆହତ ହୋଇଛନ୍ତି। ରାଜେଶଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜୟପୁର ବିମାନବନ୍ଦରର ଷ୍ଟେସନ୍ ମ୍ୟାନେଜର ଚନ୍ଦୁ ବେହେରାଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ରାଜେଶ କୁମାର ସାହୁ ଆହତ ହୋଇଛନ୍ତି। ରାଜେଶଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

security guard

Security guard attacked. Photograph: (sambad.in)

ଜୟପୁର: ଜୟପୁର ବିମାନବନ୍ଦରର ଷ୍ଟେସନ୍ ମ୍ୟାନେଜର ଚନ୍ଦୁ ବେହେରାଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ରାଜେଶ କୁମାର ସାହୁ ଆହତ ହୋଇଛନ୍ତି। ରାଜେଶଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁରକ୍ଷାକର୍ମୀ ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗକ୍ରମେ ସନ୍ଧ୍ୟାରେ ସଦର ଥାନା ପୁଲିସ ଅଭିଯୁକ୍ତ ଷ୍ଟେସନ୍‌ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜୟପୁର ଏସ୍‌ଡିପିଓ ପାର୍ଥ କାଶ୍ୟପ ଜଗଦୀଶ ଥାନାରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଯାତ୍ରୀଙ୍କ ପ୍ରବେଶ ପରେ ଜୟପୁର ବିମାନବନ୍ଦର ମୁଖ୍ୟ ପ୍ରବେଶ ଦ୍ବାରକୁ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ବନ୍ଦ କରାଯାଇଥିଲା। ମୁଖ୍ୟ ଦ୍ବାର ବନ୍ଦ ଥିବାରୁ ଷ୍ଟେସନ୍‌ ମ୍ୟାନେଜର ପଛପାର୍ଶ୍ବ ରାସ୍ତା ଦେଇ ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ।

ସୁରକ୍ଷା ଦୃଷ୍ଟିକୋଣରୁ ପଛପାର୍ଶ୍ବ ଦ୍ବାର ଦେଇ କାହାକୁ ଭିତରକୁ ଛଡ଼ାଯାଉନଥିବାରୁ କର୍ତ୍ତବ୍ୟରତ ସୁରକ୍ଷାକର୍ମୀ ଶ୍ରୀ ସାହୁ ଷ୍ଟେସନ୍‌ ମ୍ୟାନେଜର ଚନ୍ଦୁଙ୍କୁ ଅଟକାଇଥିଲେ। ଯାହାକୁ ନେଇ ମ୍ୟାନେଜର ଚନ୍ଦୁ ଉତ୍‌କ୍ଷିପ୍ତ ହୋଇ ସୁରକ୍ଷାକର୍ମୀ ଶ୍ରୀ ସାହୁଙ୍କୁ ଗାଳିଗୁଲଜ କରିବା ସହ ଚାବିକାଠି ମାଳରେ ଲାଗିଥିବା ଧାରୁଆ ଲୁହାରେ ତାଙ୍କ ବେକକୁ ଆଘାତ କରିଥିଲେ। ଫଳରେ ଶ୍ରୀ ସାହୁଙ୍କ ବେକରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ମାମଲା ରୁଜୁ ପରେ ଚନ୍ଦୁଙ୍କୁ କୋର୍ଟ ଚାଲାଣ କରାଯାଇଛି।

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe