ମନ୍ତ୍ରୀଙ୍କୁ ବୃଦ୍ଧ-ବୃଦ୍ଧାଙ୍କ ପ୍ରଶ୍ନ; କହିଲେ- ଆମକୁ କେବେ ମିଳିବ ଭତ୍ତା?

କେନ୍ଦ୍ର ଓ  ରାଜ୍ୟ  ସରକାର ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ବହୁ ଲୋକାଭିମୁଖୀ ଯୋଜନା କରିଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଉକ୍ତ ଯୋଜନାଗୁଡ଼ିକର ସୁଫଳ ଯୋଗ୍ୟ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଛନ୍ତି।

ଅଦ୍ୟତନ ହୋଇଛି
old age

ନବରଙ୍ଗପୁର: କେନ୍ଦ୍ର ଓ  ରାଜ୍ୟ  ସରକାର ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ବହୁ ଲୋକାଭିମୁଖୀ ଯୋଜନା କରିଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଉକ୍ତ ଯୋଜନାଗୁଡ଼ିକର ସୁଫଳ ଯୋଗ୍ୟ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ କ୍ଷେତ୍ରରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ।

ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକର ‌ମୈଦଲପୁର, ହାତୀବେଡ଼ା ପଂଚାୟତରେ ବି ଏହା ଦେଖିବାକୁ ମିଳିଛି। ଗତକାଲି ଏହି ପଂଚାୟତର ଶତାଧିକ ବୃଦ୍ଧ, ବୃଦ୍ଧା ଓ ବିଧବା ଭତ୍ତା ପାଇ ନଥିବା ଅଭିଯୋଗ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିକଟରେ କରିଥିଲେ। ଏହି ଆବେଦନକାରୀମାନେ ବାରମ୍ବାର ଆବେଦନପତ୍ର ଦେଇ ଆସୁଥିଲେ ହେଁ ବ୍ଲକ କାର୍ଯ୍ୟାଳୟରୁ ବାରମ୍ବାର ଆବେଦନପତ୍ର ହଜିଯାଉଥିବା ଏବଂ ଜୋର କରି ପଚାରିଲେ ପ୍ରଶାସନ ପକ୍ଷରୁ କେବଳ ଭତ୍ତା ଆଜି କିମ୍ବା କାଲି ମିଳିବ ଏଭଳି ପ୍ରତିଶ୍ରୁତି ମିଳୁଥିବା ଅଭିଯୋଗ ଅବେଦନକାରୀ କହିଛନ୍ତି।

ବାର୍ଦ୍ଧକ୍ୟର ଶେଷ ସମୟରେ ବି ଏମାନେ ଅନେଇ ରହିଛନ୍ତି କେବେ ମିଳିବ ଭତ୍ତା। ଭତ୍ତା ଆଜି ମିଳିବ କାଲି ମିଳିବ ଏ‌ ଆଶା ନେଇ ବାରମ୍ବାର  ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ଶେଷରେ ବହୁ ଯୋଗ୍ୟ ହିତାଧିକାରୀ ଆରପାରିକୁ ବି ଚାଲି ଯାଇଛନ୍ତି। ଭତ୍ତା ପାଇବା ପାଇଁ ଆବେଦନ କରି ବାରମ୍ବାର ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦଉଡ଼ି ଅଯଥା ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି। ଏପରିକି ନୂଆକୋଟ ପଂଚାୟତରେ ପିଇଓ ମୃତକଙ୍କ ଟଙ୍କାକୁ ହଡ଼ପ କରୁଥିବା ଅଭିଯୋଗ ପଂଚାୟତବାସୀ କରିଥିଲେ। ତାହାର ସତ୍ୟତା ମିଳିଥିଲା।

ଏପରି ୪୪ଜଣ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ହଡପ ହୋଇଥିବା ପ୍ରମାଣିତ ହୋଇଥିଲା। ଭତ୍ତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ କେହି ମୃତ୍ୟୁବରଣ କରିଲେ ବାଦ୍ ‌ପଡି ରହିଥିବା ଏହି ଯୋଗ୍ୟ ଶହେ ଜଣ ମଧ୍ୟରୁ ଜଣ ଜଣ କରି ତାଲିକାରେ ଯୋଡି ହେବା ନିୟମ ରହିଛି। ଏହି ଖାଲି ପଡିଥିବା ୪୪ଟି ସ୍ଥାନରେ ବି ବହୁ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ସରକାରୀ ଆର୍ଥିକ ସହାୟତା ଭତ୍ତା ପାଇଁ ଜୀବନର ଶେଷ ପର୍ଯ୍ୟାୟରେ କିଛି ବୃଦ୍ଧ ବୃଦ୍ଧା ଚାହିଁ ରହିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ଏମାନେ ଦାବି କରିଥିଲେ। ମନ୍ତ୍ରୀ ଏ ନେଇ ଜିଲ୍ଲାପାଳଙ୍କୁ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ କହିଥିଲେ।

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe