Advertisment

୬ ବର୍ଷ ପାଇଁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଅରୁଣ ଷଡ଼ଙ୍ଗୀ

Advertisment

ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

opsc

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ପୁଲିସ ବିଭାଗର ଅନ୍ୟତମ ଦକ୍ଷ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ସେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରେ ଥିଲେ।

୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ନୂଆବର୍ଷରେ କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ। ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବଗ୍ରହଣ କରିଥିଲେ। ରାଜ୍ୟରେ ସରକାର ବଦଳିବା ପରେ ଅରୁଣ ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥିଲା ଓ ତାଙ୍କ ସ୍ଥାନରେ ଯୋଗଶେ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ଡିଜି ଭାବେ ନିଯୁକ୍ତି ଦେଇଛନ୍ତି।

କାର୍ଯ୍ୟକାରୀ ଡିଜି ଭାବେ ଯେତେବେଳେ ଶ୍ରୀ ଷଡଙ୍ଗୀ ଦାୟିତ୍ବ ନେଇଥିଲେ ସେ କହିଥିଲେ ଯେ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ରହିଛି। ତେଣୁ ଏହାକୁ ଅକ୍ଷୁଣ୍ଣ ରଖିବା ସହିତ ରାଜ୍ୟବାସୀଙ୍କୁ ଏକ ଗୁଣାତ୍ମକ ପୁଲିସ ସେବା ଯୋଗାଇ ଦେବା ପାଇଁ ସେ କାର୍ଯ୍ୟ କରିବେ। ‌ଅପରାଧ ମୁକ୍ତ ସମାଜ ଗଠନ କରିବା ପାଇଁ ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ରାଜ୍ୟର ପୁଲିସ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ସେ କାମନା କରିଥି‌ଲେ। ରାଜ୍ୟ ପୁଲିସ ଅତୀତରେ ଅନେକ ସଫଳତା ହ‌ାସଲ କରିଛି। ମାଓ ଦମନ, ସାଇବର ଅପରାଧ ସମେତ ପୁଲିସ ଭିତ୍ତିଭୂମି ବିକାଶରେ ଅନେକ ସଫଳତା ପାଇଥିବା ଶ୍ରୀ ଷଡଙ୍ଗୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe