ଆଇପିଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିସନର

Advertisment

ରାଜ୍ୟ ସରକାର ରବିବାର ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିସନର ମଧ୍ୟ ସାମିଲ ଅଛନ୍ତି।

Updated On

ରାଜ୍ୟ ସରକାର ରବିବାର ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିସନର ମଧ୍ୟ ସାମିଲ ଅଛନ୍ତି।

ଅଦ୍ୟତନ ହୋଇଛି
Sanjeev Panda

ଭୁବନେଶ୍ବର: ରାଜ୍ୟ ସରକାର ରବିବାର ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିସନର ମଧ୍ୟ ସାମିଲ ଅଛନ୍ତି। ପୁଲିସ କମିସନର ସଂଜୀବ ପଣ୍ଡାଙ୍କୁ  ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ସୁରେଶ ଦେବଦତ୍ତ ସିଂଙ୍କୁ ଅବସ୍ଥାପିତ କରିଛନ୍ତି। 

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ମିଳିଥିବା ବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସ୍‌ସିଆରବି  ଏସ୍‌ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ଓଏସ୍‌ଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଏସ୍‌ସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଏଡିଜି ହୋଇଛି।  

ରାଜ୍ୟ ସରକାର ଆଇପିଏସ୍‌ ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦେଇଥିବା ବେଳେ ଦୟାଲ୍ ଗଙ୍ଗୱାର କଟକସ୍ଥିତ ପୁଲିସ ମୁଖ୍ୟାଳୟର ଏଡିଜିପି ଭାବେ ନୂଆ ଦାୟିତ୍ୱ ପାଇଛନ୍ତି। ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ଏଡିଜିପି ଭାବେ ବଦଳି କରାଯାଇଛି। କଟକ ଡିସିପି ଆର. ପ୍ରକାଶଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe