ଧରାକୋଟରେ ସିରିଜ ଦୁର୍ଘଟଣା: ଚାଲିଗଲା ଚାଷୀଙ୍କ ଜୀବନ

ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଛକରେ ସିରିଜ ଦୁର୍ଘଟଣା। ଜଣେ  ଟ୍ରକ୍ ଚାଳକ ଗାଡି ଚଢାଇ ଦେବା ହେତୁ ଢ଼ଉଗାଁ ଗ୍ରାମର ୪୮ ବର୍ଷୀୟ ବସନ୍ତ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ମୃତକ ବସନ୍ତ ନିଜ ଜମି କାର୍ଯ୍ୟ ସାରି ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ ।

New Project (6)

ଧରାକୋଟ: ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଛକରେ ସିରିଜ ଦୁର୍ଘଟଣା। ଜଣେ  ଟ୍ରକ୍ ଚାଳକ ପ୍ରଥମେ ଜଣେ ବ୍ୟକ୍ତିଙ୍କ ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି। ଘଟଣା ସ୍ଥଳରେ  ଢ଼ଉଗାଁ ଗ୍ରାମର ୪୮ ବର୍ଷୀୟ ବସନ୍ତ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ଚାଳକ ଗାଡ଼ି ଧରି ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ ଚାଳକଙ୍କୁ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି।

 ଚାଳକ ସ୍ବୀକାର କରିଛନ୍ତି ଯେ ସେ ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଅଘଟଣ ହୋଇଛି।ଚାଳକଙ୍କ ନାମ ହେଲା ସନ୍ତୋଷ କୁମାର ପରିଡ଼ା। ଟ୍ରକଟି ଆସିକା ପଟୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲା। ଅନ୍ୟ ପଟେ ଏହି ଦୁର୍ଘଟଣାରେ ମୃତକ ବସନ୍ତଙ୍କ ପରିବାର ପୁରା ଭାଙ୍ଗି ପଡିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହ ଟ୍ରକକୁ ଅଟକ ରଖିଛି। ଚାଳକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୁଲିସ୍।

ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ  ୨୦ହଜାର ଟଙ୍କା ରେଡକ୍ରସ୍ ପାଣ୍ଠିରୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଜାତୀୟ ରାଜପଥ ୫୯ ଉପରେ ଘଟଣା ଘଟିଥିବା ବେଳେ ସକାଳ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି। ମୃତକ ବସନ୍ତ ନିଜ ଜମି କାର୍ଯ୍ୟ ସାରି ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ । ଏ ସଂକ୍ରାନ୍ତରେ ଧରାକୋଟ ଥାନାରେ କେସ ନ୨୩୧/୨୫ ପ୍ରକାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe