ସିରିଜ ଦୁର୍ଘଟଣା: ୩ କାର ସହ ୨ ବାଇକକୁ ପିଟିଲେ ନିଶାସକ୍ତ ଡ୍ରାଇଭର

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଫୁଲନଖରାସ୍ଥିତ ସମ୍‌ ହସ୍ପିଟାଲ-୨ ନିକଟରେ ମଙ୍ଗଳବାର ଅପରାହ୍‌ଣରେ ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅନିୟନ୍ତ୍ରିତ ଗାଡ଼ି ଚଳାଇବା କାରଣରୁ ରାସ୍ତାକଡ଼ର ପାର୍କିଂ ଉପରେ ଅଘଟଣ ଘଟିଛି।

Accident

ଭୁବନେଶ୍ୱର: ଦ୍ରୁତଗତି ମହାବିପତ୍ତି। ଏହାକୁ ଉଣାଅଧିକେ ସମସ୍ତେ ଜାଣିଥିଲେ ମଧ୍ୟ କିଛି ଲୋକ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅଧୀନ ଫୁଲନଖରାସ୍ଥିତ ସମ୍‌ ହସ୍ପିଟାଲ-୨ ନିକଟରେ ମଙ୍ଗଳବାର ଅପରାହ୍‌ଣରେ ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅନିୟନ୍ତ୍ରିତ ଗାଡ଼ି ଚଳାଇବା କାରଣରୁ ରାସ୍ତାକଡ଼ର ପାର୍କିଂ ଉପରେ ଅଘଟଣ ଘଟିଛି। ଫଳରେ ଦୁଇଟି କାର ଓ ୨ଟି ବାଇକ୍‌ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଖୁସିର କଥା ହେଲା ଯେ, ଭିଡ଼ ଭିତରେ ଘଟିଥିବା ଅଘଟଣରୁ ୮ ଜଣ ଲୋକଙ୍କ ଜୀବନ ବର୍ତ୍ତି ଯାଇଛି। 

ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଜଣେ ମଦ୍ୟପ ଡ୍ରାଇଭର ସମ୍‌ ହସ୍ପିଟାଲ-୨ ପାର୍କିଙ୍ଗ ନିକଟରେ ନିୟନ୍ତ୍ରଣ ହରାଇ ଥିଲେ। ଡ୍ରାଇଭରଙ୍କ ଯୋଗୁଁ ଏଠାରେ ସିରିଜ ଦୁର୍ଘଟଣା ଘଟିଥିଲା। ସେ ଗୋଟିଏ ପରେ ଗୋଟିଏ ଗାଡ଼ି ଉପରେ ଧକ୍କା ମାରିଥିଲେ। ଏଥିରେ ଦୁଇଟି କାର ସହ ୨ଟି ବାଇକ କ୍ଷତିଗ୍ରସ୍ତ ହୋଇଛି। କାର ନିକଟରେ ଠିଆ ହୋଇଥିବା ଲୋକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। 

ମଦ୍ୟପ ଡ୍ରାଇଭର ସମ୍‌ ହସ୍ପିଟାଲ-୨ ପାର୍କିଙ୍ଗ ନିକଟରେ ନିୟନ୍ତ୍ରଣ ହରାଇ ଥିଲେ। ଡ୍ରାଇଭରଙ୍କ ଯୋଗୁଁ ଏଠାରେ ସିରିଜ ଦୁର୍ଘଟଣା ଘଟିଥିଲା। ସେ ଗୋଟିଏ ପରେ ଗୋଟିଏ ଗାଡ଼ି ଉପରେ ଧକ୍କା ମାରିଥିଲେ। ଏଥିରେ ଦୁଇଟି କାର ସହ ୨ଟି ବାଇକ କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣା ସଂପର୍କିତ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଲୋକଙ୍କ ଦ୍ବାରା କାବୁ ହୋଇଥିବା ଯୁବକଙ୍କୁ ନିଜ ଅକ୍ତିଆରକୁ ନେଇଛି। ଦୁର୍ଘଟଣା ପରେ ଉପୁଜିଥିବା ଟ୍ରାଫିକ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି। 

ପ୍ରତକ୍ଷଦର୍ଶୀଙ୍କ କହିବା ମୁତାବକ ଜଣେ ଯୁବକ ଦ୍ରୁତଗତିରେ କାର ଚଳାଇ ଆଣି ପାର୍କିଙ୍ଗରେ ଥିବା ଗୋଟିଏ ପରେ ଗୋଟିଏ କାରକୁ ଧକ୍କା ଦେଇଥିଲେ। କାର (ଓଡି ୦୨ ସିୟୁ ୩୩୫୫)ଟି ଲୋକଙ୍କ ଆଡ଼କୁ ମାଡ଼ି ଆସିଥିଲା। ଲୋକେ ସତର୍କତାର ସହିତ ଘଟଣାସ୍ଥଳରୁ ଖସି ଯାଇଥିଲେ। ସ୍ଥାନୀୟ ଲୋକେ କାର ଚାଳକଙ୍କୁ କାବୁ କରି ପୁଲିସ ହାତରେ ଜିମା ଦେଇଥିଲେ। 

Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe