ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନିରୁ ସିରିଜ ଚୋରି

Advertisment

ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନିରୁ ସିରିଜ ଚୋରି ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ପୂର୍ବରୁ ଏହି କଲୋନିରୁ ବାରମ୍ବାର ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।

ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନିରୁ ସିରିଜ ଚୋରି ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ପୂର୍ବରୁ ଏହି କଲୋନିରୁ ବାରମ୍ବାର ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।

soro ps
ସୋର: ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନିରୁ ସିରିଜ ଚୋରି ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଆରୁହା ଅଂଚଳର କାର୍ତ୍ତିକ ଜେନା ଏହି କଲୋନୀର ଏକ ଭଡା ଘରେ ରହୁଥିଲେ। ଗତକାଲି ତାଙ୍କ
ଝିଅ ଦେହ ଅସୁସ୍ଥ ଥିବାରୁ ସେ ଗାଁକୁ ଯାଇଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୃର୍ତ୍ତ ତାଙ୍କ ଭଡା ଘରୁ ୧୨ଶହ ଟଙ୍କା ୧୦ ଗ୍ରାମର ରୁପା କଏନ ଚୋରି କରିଥିଲେ। ସେହିପରି ଉକ୍ତ କୋଠାର ଉପର ମହଲାରେ ଭଡା ସୂତ୍ରରେ ରହୁଥିବା  କମର୍ଦ୍ଦା ଥାନା ନିଜାମପୁର ଗ୍ରାମର ସରୋଜ କୁମାର ଦାସଙ୍କ ଘରେ କେହି ନଥିବା ବେଳେ ତାଙ୍କ ଘରର ତାଲା ଭାଙ୍ଗି ୨ ଟା ସୁନାଚେନ ୬ ଟା ସୁନାମୁଦି ୧  ମଙ୍ଗଳସୁତ୍ର  ୧ ରୁପା ବ୍ରେସଲେଟ  ୩ ହଳ ରୁପା ପାଉଁଜି ଗୋଡ଼ ମୁଦି ୪ ହଳ, ରୁପା କଏନ ୬ଟି ଓ ୬ ହଜାର ଟଙ୍କା ଚୋରି କରିଥିଲେ।
ସେହିପରି ତାଙ୍କ ପଡୋଶୀ ଉକ୍ତ କଥାରେ ଭଡାରେ ରହୁଥିବା  ଅଭଣା ଗ୍ରାମର ଅମରେନ୍ଦ୍ର ତ୍ରିପାଠୀଙ୍କ ଘରୁ ୫୩୮୪୦ ନଗଦ ଟଙ୍କା ଓ ୨ ହଳ ପାଉଁଜି ନେଇଥିବା ବେଳେ ଅନ୍ୟ ଗୋଟିଏ ଅଲମୀରାରେ ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ଚୋରାଇବାକୁ ଉଦ୍ୟମ କରି ବିଫଳ ହୋଇ ଚୋର
ମାନେ ଚାଲିଯାଇଥିଲେ।
ଏ ବାବଦରେ ଜାଣିବା ପରେ ସମସ୍ତେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ତିନିଜଣଙ୍କ ଘରୁ   ୩ ଲକ୍ଷ ୬୦ ହଜାର ଟଙ୍କାରୁ ଅଧିକ  ଟଙ୍କାର ଅଳଙ୍କାର ଓ ୬୦ ହଜାରରୁ ଅଧିକ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ପୂର୍ବରୁ ଏହି କଲୋନିରୁ ବାରମ୍ବାର ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe