ଅବକାରୀ କାର୍ଯ୍ୟାଳୟ ପରିସରରୁ ୭ଫୁଟର ଅଜଗର ଉଦ୍ଧାର

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ପୋଷ୍ଟ ଅଫିସ ଛକରେ ଅବସ୍ଥିତ ଅବକାରୀ କାର୍ଯ୍ୟାଳୟ ପରିସରରେ ଏକ ୭ଫୁଟିଆ ଅଜଗରକୁ ଆଜି ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ପ୍ରବୀଣ ନାୟକ(କାଳିଆ) ସୁରକ୍ଷିତ ଭାବେ ଉଦ୍ଧାର କରି କଳିଙ୍ଗାଘାଟି ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

G Udayagiri

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ପୋଷ୍ଟ ଅଫିସ ଛକରେ ଅବସ୍ଥିତ ଅବକାରୀ କାର୍ଯ୍ୟାଳୟ ପରିସରରେ ଏକ ୭ଫୁଟିଆ ଅଜଗରକୁ ଆଜି ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ପ୍ରବୀଣ ନାୟକ(କାଳିଆ) ସୁରକ୍ଷିତ ଭାବେ ଉଦ୍ଧାର କରି କଳିଙ୍ଗାଘାଟି ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

କାର୍ଯ୍ୟାଳୟ ପରିସରରେ ଅଜଗର ସାପ ଥିବା ଦେଖି ସମସ୍ତ କର୍ମଚାରୀ ଭୟଭୀତ ହୋଇ କଳିଆଙ୍କୁ ସୂଚନା ଦେବା ପରେ ସେ ସେଠାରେ ପହଞ୍ଚି ଅତି ସତର୍କତାର ସହ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ।

ପ୍ରାପ୍ତ ସୂଚନାନୁସାରେ ଅବକାରୀ କାର୍ଯ୍ୟାଳୟ ପରିସରରେ ଅଜଗର ସାପ ଥିବା ଦେଖି ସମସ୍ତ କର୍ମଚାରୀ ଭୟଭୀତ ହୋଇ କଳିଆଙ୍କୁ ସୂଚନା ଦେବା ପରେ ସେ ସେଠାରେ ପହଞ୍ଚି ଅତି ସତର୍କତାର ସହ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ। ଏହାକୁ ଆଣି ଜଙ୍ଗଲରେ ଛାଡ଼ିଦେଇଥିଲେ। ବିନା ପାରିଶ୍ରମିକରେ ପ୍ରବୀଣ ସାପକୁ ଧରିବା ଭଳି ଦୁଃସାହସିକ କାର୍ଯ୍ୟ କରି ସାରା ଅଞ୍ଚଳରେ ପ୍ରସଂଶାର ପାତ୍ର ହୋଇପାରିଛନ୍ତି।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe