7 naxal arrested Photograph: (sambad.in)
ମାଲକାନଗିରି: ସୀମାନ୍ତ ବିଜାପୁର ଜିଲ୍ଲାର ଭେରମଗଡ଼ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭ ଜଣ ମାଓବାଦୀକୁ ଗିରଫ କରିବାରେ ସଫଳତା ହାସଲ ହୋଇଛି। ଲଗାତାର ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଦ୍ବାରା କମ୍ବିଂ ଅପରେସନକୁ ଜୋରଦାର କରାଯାଉଛି।
ଭେରମଗଡ ଥାନା ଅଂଚଳର କୋଲନାର ଏବଂ ଡେଲନାର ଅଂଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରୁ ଏମାନଙ୍କୁ ଗିରଫ କରାଯାଇଥିଲା। ଯବାନଙ୍କୁ ଦେଖି ଏମାନେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ଏମାନଙ୍କୁ କାବୁ କରିବା ପରେ ଏମାନଙ୍କ ଠାରୁ ଟିଫିନ ବୋମା, ବିଦ୍ୟୁତ ତାର, କୋର୍ଡେକ୍ସ ତାର, ଡିଟୋନେଟର,ବ୍ୟାଟେରି ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।
Naxal | Malkangiri
ଗିରଫ ନକ୍ସଲମାନେ ହେଲେ ଅୟତୁ ଅୟାମ(୫୦), ଫାଗୁ ମିଚା(୪୫), ରାମୁ ଭେକୋ(୨୫), ଲକ୍ଷ୍ମଣ ଭେକୋ(୨୧), ରାନୁ ପଡିଆମ(୨୦), ଚାମରୁ ଓୟାମ(୩୮), ଅଜୟ କୋରସା(୨୦)। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରୁଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସର ହାତକୁ ଲାଗିଥିବା କୁହାଯାଇଛି।
Follow Us