ଛତିଶଗଡ଼ରେ ୩୬ ନକ୍ସଲ ନିପାତ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

Advertisment

ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ ୩୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରୋକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।

Updated On

ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ ୩୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରୋକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
36 naxal
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ ୩୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ  ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହୋଇଥିଲା।

ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟର ଦନ୍ତେୱାଡ଼ା ପୁଲିସ ମଧ୍ୟ ସାମିଲ ଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଯବାନ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମୃତକଙ୍କ ସଂଖ୍ୟା ୩୬ ବୋଲି ଛତିଶଗଡ଼ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି। 

ଅନ୍ୟ ଏକ ଘଟଣାରେ ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟର ଦନ୍ତେୱାଡ଼ା ପୁଲିସ ମଧ୍ୟ ସାମିଲ ଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଯବାନ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ଜାରି ରଖିଛି। ଦୁଇଟି ଘଟଣାରେ ଜଙ୍ଗଲରୁ ବିସ୍ଫରୋକ, ବନ୍ଧୁକ, ମାଓ ସାମଗ୍ରୀ ଜବତ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe