ସାପ କାମୁଡ଼ାରେ ନାବାଳକର ମୃତ୍ୟୁ; ଗ୍ରାମରେ ଶୋକର ଛାୟା

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଧୁବେନଦାଣ୍ଡ ଗ୍ରାମରେ ୭ ବର୍ଷର ନାବାଳକର ବିଷଧର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳକ ଉକ୍ତ ଗ୍ରାମର ସମିତ କମାର (୭)।

Mother and daughter died of snake bite

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଧୁବେନଦାଣ୍ଡ ଗ୍ରାମରେ ୭ ବର୍ଷର ନାବାଳକର ବିଷଧର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳକ ଉକ୍ତ ଗ୍ରାମର ସମିତ କମାର (୭)।

ସୂଚନା ଅନୁଯାୟୀ, ସୋମବାର ରାତିରେ ଖାଇ ସାରି ମା'ଙ୍କ ପାଖ ବିଛଣାରେ ସମିତ ଶୋଇଥିଲା। ସମିତ ଶୋଇ ପଡ଼ିଥିବାବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା। ସକାଳେ ସମିତକୁ ପରିବାର ଲୋକେ ଉଠାଇବାବେଳେ ମୁହଁରୁ ଫେଣ ବାହାରୁଥିଲା ଓ ଅଚେତ ହୋଇ ଯାଇଥିଲା। ପରିବାର ଲୋକେ ତୁରନ୍ତ ତାକୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏହାସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି।ଖବର ପାଇ ଧୁବେନଦାଣ୍ଡ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଶବ ଦାହ ପାଇଁ ୩୦୦୦ ଟଙ୍କା ପ୍ରଦାନ କରିଛନ୍ତି। 

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe