KALIMELA PS Photograph: (Sambad.in)
କାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଠାରୁ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଛି। ସକାଳେ ସ୍ଥାନୀୟ ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ଉକ୍ତ କଟା ମୁଣ୍ଡଟିକୁ ଦେଖିବାକୁ ପାଇଥିଲେ। ମହିଳାଙ୍କ ନାକ ଓ କାନରେ ଗହଣା ଥିବାର ଦେଖିବାକୁ ମିଳିଛି। ଏବେ ଘଟଣାସ୍ଥଳରେ ଏସଡିପିଓ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କେହି ଦୁର୍ବୃତ୍ତ ମୁଣ୍ଡ କାଟି ଦେଇଥିଲା
ପ୍ରକାଶ ଥାଉକି ଗତ ୩ ତାରିଖ ଦିନ କୋରକୋଣ୍ଡା ଥାନାରେ ରାଖାଲଗୁଡାର ଲାକେ ପଡିଆମି ନିଖୋଜ ନେଇ ତାଂକ ସଂପର୍କୀୟ କୋରକୋଣ୍ଡା ଥାନାରେ ଏତଲା ଦାୟର କରିଥିଲେ। ତା‘ପର ଦିନ ହିଁ କାଲିମେଳା ବ୍ଲକର ଡୁଡାମେଟଲ ନଦୀ କୂଳରେ ମୁଣ୍ଡ ବିହୀନ ଶବ ଦେଖିବା ପରେ ସେହି ଶବ ଲାକେ ପଡିଆମିଙ୍କର ବୋଲି ପରିବାର ଲୋକେ ଦାବି କରିଥିଲେ। ତେବେ ସେହି ଶବର ମୁଣ୍ଡ ନଥିଲା। କେହି ଦୁର୍ବୃତ୍ତ ମୁଣ୍ଡ କାଟି ଦେଇଥିଲା।
ଆହୁରି ପଢନ୍ତୁ- Next PM Of Bangladesh: ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ: ଦୌଡ଼ରେ ୪ ନାମ
ମାଲକାନଗିରିଜିଲ୍ଲା କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖାଲଗୁଡା ଗ୍ରାମର ଲାକେ ପଡିଆମିଙ୍କ ମୁଣ୍ଡ ବିହୀନ ମୃତଦେହ ମଳିବା ଘଟଣା ପରେ ଆଦିବାସୀ ମହାସଂଘ ମେଳି ବାନ୍ଧିଛନ୍ତି। ମହିଳା ନିଖୋଜ ହେବା ପରେ ମୃତଦେହ ମିଳିବା ଓ ମୁଣ୍ଡ ନମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଣ୍ଡ ନମିଳିଲେ ଶବ ବ୍ୟବଛେଦ ନକରିବା ପାଇଁ ଜିଦ ଧରିବା ସହ ମହିଳାଙ୍କ ମୃତଦେହକୁ ନେବା ପାଇଁ ରୋକଠୋକ ମନା କରିଛି ଆଦିବାସୀ ମହାସଂଘ।
ଆହୁରି ପଢନ୍ତୁ-India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
ଅନ୍ୟପଟରେ ଘଟଣାକୁ ତିନି ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରାନପଡିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଣ୍ଡ ନମିଳିବାକୁ ନେଇ ଆଦିବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପାଇଁ ଆଦିବାସୀ ମହାସଂଘର ଶତାଧିକ ଆଦିବାସୀ ରାଖାଲଗୁଡାରେ ଏକତ୍ରିତ ହୋଇ ମେଳି କରିଥିଲେ। ଯଦି ଅଭିଯୁକ୍ତକୁ ପୁଲିସ ଖୁବଶୀଘ୍ର ନଧରେ ଓ ମୃତ ମହିଳାଙ୍କ ନିଖୋଜ ମୁଣ୍ଡକୁ ଖୋଜି ନଦିଏ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟମାନେ। ଅନ୍ୟ ଦିଗରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁରକୁ ନେଇ ତନାଘନା ଚଳାଇଥିବା ବେଳେ କୌଣସି ସୁରାକ ଏପର୍ଯ୍ୟନ୍ତ ପାଇପାରି ନାହିଁ। ଏନେଇ ଆଦିବାସୀ ସଂଘ ଖୋଲା ଚେତାବନୀ ଦେଇଥିବା ବେଳେ ପୁଲିସ ଏନେଇ ମୁହଁ ଖୋଲୁ ନାହିଁ।
Follow Us