ଏସ୍‌ଏଚ୍‌ଜି ଗ୍ରୁପ୍‌ ଟଙ୍କା ହଡ଼ପ ଘଟଣା: ନ୍ୟାୟ ପାଇଁ ବାରଦୁଆର ବୁଲୁଛନ୍ତି ମହିଳା

ମାଲକାନଗିରି ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଋଣ ଦେବା ଆଳରେ ମହା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ‘ଏସ୍‌ଏଚ୍‌ଜି’ର ମହିଳାମାନେ ଏହି ଠକେଇର ଶିକାର ହୋଇଛନ୍ତି।

New Project (34)

ମାଲକାନଗିରି: ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଋଣ ଦେବା ଆଳରେ ମହା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ‘ଏସ୍‌ଏଚ୍‌ଜି’ର ମହିଳାମାନେ ଏହି ଠକେଇର ଶିକାର ହୋଇଛନ୍ତି। ଏସ୍‌ଏଚଜି ମହିଳାମାନେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଆଉ ୩ ଲକ୍ଷ ଟଙ୍କା ସୁଝିବା ପରେ ଖାତାରେ ଗଡୁଛି ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଋଣ। ତଞ୍ଚକତା କରି ବ୍ୟାଙ୍କ ମ୍ୟାନେଜର ଏସଏଚଜି ମହିଳାଙ୍କୁ ଲକ୍ଷଲକ୍ଷ ଟଂକା ଚୁନ ଲଗାଇଥିବା ଅଭିଯୋଗ ହୋଇଛି। ମହିଳାମାନେ ବର୍ତ୍ତମାନ ବାରଦୁଆର ବୁଲି ଅଧିକାରୀଙ୍କୁ ଗୁହାରି କରୁଛନ୍ତି।

ପ୍ରଥମେ ବ୍ୟାଙ୍କରେ ତାଲା ପକାଇ ଘେରାଉ କଲେ। ଆଜି ଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ମଧ୍ୟ ହେଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତତ୍କାଳୀନ ମ୍ୟାନେଜରଙ୍କୁ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ଚାକିରିରୁ ନିଳମ୍ବନ କରିଛନ୍ତି। ଋଣ ନେଇ ଫସିଯାଇଛନ୍ତି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ୨୦ରୁ ଊର୍ଦ୍ଧ୍ବ ଏସ୍‌ଏଚ୍‌ଜି। ବ୍ୟାଙ୍କରୁ ନେଇଥିଲେ ଋଣ। ନିଜେ ସ୍ବାବଲମ୍ବୀ ହେବା ସହ ଦୁପଇସା ରୋଜଗାର କରିବା ପାଇଁ। କିନ୍ତୁ ରୋଜଗାର କରିବେ କଣ ଏବେ ପଡିଛନ୍ତି ଚିନ୍ତାରେ।

୨୦୨୪ ମସିହାରେ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ୨୦ରୁ ଊର୍ଦ୍ଧ୍ବ ଏସଏଚଜି ମହିଳାମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩ ଲକ୍ଷ ଲେଖାଏଁ ଋଣ ନେଇଥିଲେ। ନିଜେ ବ୍ୟବସାୟ କରି ଋଣ ମଧ୍ୟ ପରିଶୋଧ କରିଦେଲେ। କିନ୍ତୁ ଖାତା ଅପଡେଟ କରିବା ସମୟରେ ଜାଣିବାକୁ ପାଇଲେ ଯେ ତାଂକ ଖାତାରେ ପୁଣି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଋଣ ସୁଝିବା ପାଇଁ ବକୟା ରହିଛି। 

ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବ୍ୟାଙ୍କରେ ତାଲା ପକାଇବା ସହ ଘେରାଉ ମଧ୍ୟ କରିଛନ୍ତି। କେବଳ ପ୍ରତିଶ୍ରୁତି ମିଳିଲା। କିନ୍ତୁ ଋଣ ଟଙ୍କା ମିଳିପାରିଲା ନାହିଁ। ଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ଏହି ଏସଏଚଜି ମହିଳାମାନେ। ଋଣ ନେଇ ସ୍ବାବଲମ୍ବୀ ହେବେ କ’ଣ ହୋଇଛନ୍ତି ମହାଠକାମୀର ଶିକାର।

ଏ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବା ପରେ ପୂର୍ବତନ ମ୍ୟାନେଜରଙ୍କୁ ନିଳମ୍ବିତ କରି ମାମଲା ରୁଜୁ କରିଛି। ବର୍ତ୍ତମାନର ବ୍ୟାଙ୍କ ମ୍ୟାନେଜର ଏନେଇ କହିଛନ୍ତି ଯେ ମାମଲାର ତଦନ୍ତ କରାଯାଉଛି। କିଭଳି ଏସ୍‌ଏଚ୍‌ଜି ମହିଳାମାନେ ସେମାନଙ୍କର ଅର୍ଥ ଫେରିପାଇବେ ଏନେଇ ମଧ୍ୟ ଆଲୋଚନା କରାଯାଉଛି। ଯେତିକି ଅଭିଯୋଗ ଆସୁଛି ବ୍ୟାଙ୍କ ପକ୍ଷରୁ ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଯାଉଛି ବୋଲି କହିଥିଲେ। ଆଜି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ସେମାନେ ଠକାମୀର ଶିକାର ହୋଇଥିବା କହିବା ସହ ତୁରନ୍ତ ଏହି ଘଟଣାର ତଦନ୍ତ କରିବା ପାଇଁ ଦାବି ହୋଇଛି। ତେବେ ବ୍ୟାଙ୍କ ଅଧିକାରୀଙ୍କ ତଦନ୍ତ ସରୁଛି ଓ କେବେ ଏସଏଚଜି ମହିଳାମାନେ ସେମାନଙ୍କର ଅର୍ଥ ଫେରିପାଇବେ ତାହା ଦେଖିବାକୁ ବାକି ରହିଲା।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe