ଏସଏଚଜିର ପୁନର୍ଗଠନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Advertisment

ଓଡ଼ିଶାରେ ‘ମିସନ ଶକ୍ତି’ର ଢାଞ୍ଚା ବଦଳିବ। ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ ସରକାରରେ ବହୁତ ବଞ୍ଚିତ ରହିଛନ୍ତି ପରିବାର।

ଓଡ଼ିଶାରେ ‘ମିସନ ଶକ୍ତି’ର ଢାଞ୍ଚା ବଦଳିବ। ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ ସରକାରରେ ବହୁତ ବଞ୍ଚିତ ରହିଛନ୍ତି ପରିବାର।

ନିର୍ଭୟା ଦୋଷୀମାନଙ୍କୁ ଫାଶୀ ମିଳିବା ପରେ... ଆଇନର ଗଳାବାଟ ବନ୍ଦ କର, ଅନେକ ପୀଡ଼ିତା ନ୍ୟାୟ ପାଇବେ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ଓଡ଼ିଶାରେ ‘ମିସନ ଶକ୍ତି’ର ଢାଞ୍ଚା ବଦଳିବ। ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ ସରକାରରେ ବହୁତ ବଞ୍ଚିତ ରହିଛନ୍ତି ପରିବାର। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଇଥିଲେ।  ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପ୍ରୟାସ କରି ସବୁ ଘରକୁ ଗ୍ରୁପ ସହ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ ହୋଇଛି । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡ଼ିଥିଲେ ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଆହୁରି କହିଛନ୍ତି, ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ।  ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ। ତା ଅର୍ଥ ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ। ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ପୁନଃ ସଂଗଠିତ କରାଯିବ । ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ ।  

ଯେଉଁମାନେ ୨ ଥର ୪ବର୍ଷରୁ ଅଧିକ ରହି ସାରିଛନ୍ତି, ସେମାନେ ଆଉ ରହି ପାରିବେନି।  ସେଥିପାଇଁ ରାଜ୍ୟରେ ଏସଏଚଜିଙ୍କ ରେଜିଷ୍ଟ୍ରେସନ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି।  ରେଜିଷ୍ଟ୍ରେସନ ନ ଥିବାରୁ ଅଡିଟ ନାହିଁ । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡିଟ ନାହିଁ  ତାର ଉଦ୍ଦେଶ୍ୟ କଣ ଜଣାପଡ଼ୁଛି । କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର। ପାତର ଅନ୍ତର ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe