Mohan Charan Majhi Photograph: (Mohan Charan Majhi)
ଭୁବନେଶ୍ବର: ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଶିଶୁଙ୍କୁ ଉନ୍ନତମାନର ଶିକ୍ଷା ମିଳିଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶରେ ସହାୟକ ହେବ। ତେଣୁ ଶୈଶବ ଶିକ୍ଷାର ବିକାଶ ପାଇଁ ସମାଜର ପ୍ରତ୍ୟେକ ବର୍ଗରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତ୍ବ ଦେଇଛନ୍ତି।
ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ 'ଯାଦୁପେଡ଼ି' ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ କିଟ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ 'ଯାଦୁପେଡ଼ି' ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ କିଟ୍। ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ। ଏଥି ପାଇଁ ₹୯୦ କୋଟି ଟଙ୍କା ଖର୍ଚ୍ଚ ହେବ।
‘ଯାଦୁପେଡ଼ି’ରେ କ’ଣ ରହିବ?
‘ଯାଦୁପେଡ଼’ ପିଲାମାନଙ୍କୁ ପସନ୍ଦ ହେଲା ଭଳି ପୁସ୍ତକ, ପୁସ୍ତିକା, ଚିତ୍ର ସଂକଳନ ରହିଛି। ଏହିସବୁ ଜିନିଷ ମାଧ୍ୟମରେ ଛୋଟପିଲାମାନଙ୍କର ଗଣିତ, ସାଧାରଣ ବିଜ୍ଞାନ, ଭୂଗୋଳ, ସାଧାରଣଜ୍ଞାନ ବଢ଼ାଇଲା ଭଳି ବିଷୟ ବସ୍ତୁ ରହିଛି। ପିଲାମାନେ ପାଠକୁ ଯେପରି ବେଝା ନଭାବି ଆମୋଦଦାୟକ ଭାବିବେ, ସେଥି ପାଇଁ ଏନ୍ସିଇଆରଟି ପକ୍ଷରୁ ଉଦ୍ୟମ କରାଯାଇଛି।
ଏନ୍ସିଇଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟ୍କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ। ଏଥି ପାଇଁ ₹୯୦ କୋଟି ଟଙ୍କା ଖର୍ଚ୍ଚ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ବାଟିକା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡ଼ି ଦେଖିବା ସହ ପିଲାମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ପାଇଁ ଏହା ଖୁବ ଉପଯୋଗୀ ହେବ ବୋଲି କହିଛନ୍ତି।
Education | CM Mohan Charan Majhi
Follow Us