ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର ଭୁବନେଶ୍ୱର। ଆଉ କିଛି ସମୟରେ ବରାନୁଗମ ହେବ। ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବେ ଦେବାଧି ଦେବ ମହାଦେବ। ଏଥିପାଇଁ ଚାଲିଛି ସଜବାଜ ଓ ସମସ୍ତ ପ୍ରସ୍ତୁତି।

ଖୁଣ୍ଟିଆ-ମଲିଆ ସେବାୟତଙ୍କ ବିବାଦ ତୁଟିନି: ଏଥର ବି ବନ୍ଦ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ!

ଭୁବନେଶ୍ବର: ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର ଭୁବନେଶ୍ୱର। ଆଉ କିଛି ସମୟରେ ବରାନୁଗମ ହେବ। ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବେ ଦେବାଧି ଦେବ ମହାଦେବ। ଏଥିପାଇଁ ଚାଲିଛି ସଜବାଜ ଓ ସମସ୍ତ ପ୍ରସ୍ତୁତି। ମନ୍ଦିରରେ ସବୁ ନୀତିକାନ୍ତି ସମାୟାନୁସାରେ ହେଉଛି। ଦି ପହର ଧୂପ ପରେ ରାତି ପ୍ରାୟ ୧୨ଟାରେ ପ୍ରଭୁ ରାଜଶେଖର ଲିଙ୍ଗରାଜ ବରଯାତ୍ରୀ ନେଇ ବାହାରିବେ। କେଦାରଗୌରୀ ମନ୍ଦିର ପ୍ରାଙ୍ଗଣରେ ହେବ ଦେବ ଦମ୍ପତ୍ତିଙ୍କ ମିଳନ। ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବେ ଦେବାଧିଦେବ ମହାଦେବ। ଏଥିପାଇଁ ଦଶଦିଗପାଳଙ୍କୁ ଡାକରା ସରିଛି। ୩୩ କୋଟି ଦେବତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଦେବ ବିବାହ ଖୁବ ଆଡମ୍ବରରେ କରିବାକୁ ସମସ୍ତ ସେବାୟତ ଏକାଠି ହୋଇଛନ୍ତି।  

ଆଜି ମଧ୍ୟରାତ୍ରରେ ବିବାହ ସମ୍ପନ୍ନ ହେବା ପରେ ଆସନ୍ତାକାଲି ସେଠାରୁ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସପତ୍ନୀକ ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ମଧ୍ୟ ପୂଜାପଣ୍ଡା ସେବାୟତଙ୍କ ସମେତ ବ୍ରାହ୍ମଣ ନିଯୋଗ, ବିଷୋୟୀ ସେବାୟତ ଆଦି ପ୍ରସ୍ତୁତ ରହିଛନ୍ତି।

ଆଜି ରାତିରେ ବାଜା, ବାଣ, ରୋଷଣୀ ନେଇ ପ୍ରଭୁ ଲିଙ୍ଗରାଜ ଯିବେ। ଏଥିପାଇଁ ପ୍ରାୟ ୩୦୦ ବରଯାତ୍ରୀଙ୍କ ପାଇଁ ଆୟୋଜନ ହୋଇଛି। ଆଜି ମଧ୍ୟରାତ୍ରରେ ବିବାହ ସମ୍ପନ୍ନ ହେବା ପରେ ଆସନ୍ତାକାଲି ସେଠାରୁ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସପତ୍ନୀକ ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ମଧ୍ୟ ପୂଜାପଣ୍ଡା ସେବାୟତଙ୍କ ସମେତ ବ୍ରାହ୍ମଣ ନିଯୋଗ, ବିଷୋୟୀ ସେବାୟତ ଆଦି ପ୍ରସ୍ତୁତ ରହିଛନ୍ତି। ସନ୍ଧ୍ୟାରେ ଭୁବନେଶ୍ୱରୀଙ୍କ ଠାକୁରାଣୀ ସେବା ପରେ ପହଡ଼ ହୋଇଥିଲା। ଏହାପରେ ସନ୍ଧ୍ୟା ଆଳତୀ, ଟେରାପିଠା ନୀତି, ସଁ ଧୂପ ହେବ। ଏହାପରେ ମହାପ୍ରଭୁ ପାଲିଙ୍କିକୁ ଆସି ଯିବେ ଶ୍ବଶୁର ଘର। ଏହି ଦେବ ବିବାହରେ ଯୋଗ ଦେବାକୁ କାହିଁ କେତେ ଦୂରରୁ ଲୋକମାନେ ଛୁଟି ଆସିଛନ୍ତି। ମନ୍ଦିରରେ ନୀତିକାନ୍ତି ସମାୟାନୁସାରେ ଚାଲିଛି। ଦର୍ଶନ ମଧ୍ୟ ସୁରୁଖୁରୁରେ ହେଉଛି ତେବେ ଏହି ବିବାହ ପାଇଁ ପ୍ରାୟ ଦଶହଜାର ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ପ୍ରସାଦ ସେବନର ବ୍ୟବସ୍ଥା।  

Bhubaneswar | Lingaraj temple 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe