ରାଜଧାନୀରେ ୪ ରାଉଣ୍ଡ ଗୁଳି ଫୁଟାଇ ଭୟଭୀତ କଲା ଦୁର୍ବୃତ୍ତ

ରାଜଧାନୀ ଭୁବନେଶ୍ବରରେ ଶନିବାର ରାତିରେ ଗୁଳିମାଡ଼ ଘଟିଛି। ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ନିକଟରେ ଏହି ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଛାନ୍‌ଭିନ୍‌ କରୁଛି। 

Firing in Bhubaneswar

Firing in Bhubaneswar Photograph: (sambad.in )

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶନିବାର ରାତିରେ ଗୁଳିମାଡ଼ ଘଟିଛି। ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ନିକଟରେ ଏହି ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଛାନ୍‌ଭିନ୍‌ କରୁଛି। 

ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଅଧୀନ ପିତାପଲ୍ଲୀ ନିକଟରେ ଆଜି ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା। ଦୁର୍ବୃତ୍ତ ଦ୍ବାରା ପ୍ରାୟ ୪ରାଉଣ୍ଡ ଗୁଳିମାଡ଼ କରିଥିଲା। କିନ୍ତୁ ଏହି ଗୁଳି ଯୁବକଙ୍କ ଦେହରେ ବାଜି ନଥିଲା। ଦୁର୍ବୃତ୍ତ ଆତତାୟୀ ସୃଷ୍ଟି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। 

ପିତାପଲ୍ଲୀ ନିକଟରେ ଆଜି ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା। ଦୁର୍ବୃତ୍ତ ଦ୍ବାରା ପ୍ରାୟ ୪ରାଉଣ୍ଡ ଗୁଳିମାଡ଼ କରିଥିଲା। କିନ୍ତୁ ଏହି ଗୁଳି ଯୁବକଙ୍କ ଦେହରେ ବାଜି ନଥିଲା। ଦୁର୍ବୃତ୍ତ ଆତତାୟୀ ସୃଷ୍ଟି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ସିସିଟିଭିର ବ୍ୟାପକ ବ୍ୟବସ୍ଥା ଏବଂ ପୁଲିସର ପାଟ୍ରୋଲିଂ ଜାରି ଥିବା ବେଳେ ଅପରାଧୀମାନେ ଏହାକୁ ଖାତିର କରୁନାହାନ୍ତି। ବରଂ ସେମାନେ ନିର୍ଭୟରେ ବୁଲୁଛନ୍ତି। ବିଭିନ୍ନ ସମୟରେ ବଡ଼ବଡ଼ ଅଘଟଣ ଘଟାଉଛନ୍ତି। 

Crime | Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe