ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ଶ୍ରୀଜଗନ୍ନାଥ ବିମାନବନ୍ଦର!

ପୁରୀରେ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ପରେ ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ବୋଲି ରାଜ୍ୟ ସରକାର ଆଶା ପ୍ରକଟ କରିଛନ୍ତି।

Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ୱର: ପୁରୀରେ ବିମାନବନ୍ଦର ନିର୍ମାଣ କାମକୁ ଆହୁରି ବଳ ମିଳିପାରିଛି। କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ‌ପ୍ରଦାନ କ‌ଲା ପରେ ଦେଶ-ବିଦେଶର ପର୍ଯ୍ୟଟକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି। ଏହି ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ପରେ ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ବୋଲି ରାଜ୍ୟ ସରକାର ଆଶା ପ୍ରକଟ କରିଛନ୍ତି। ଅର୍ଥାତ ପ୍ରତିମାସ ଏହି ବିମାନବନ୍ଦର ପ୍ରାୟ ୪ ଲକ୍ଷ ପର୍ଯ୍ୟଟକ ଓ ଜଗନ୍ନାଥଙ୍କ ଭକ୍ତଙ୍କୁ ସେବା ପ୍ରଦାନ କରିବ। 

ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି।


 
ସୂଚନାଯୋଗ୍ୟ ଯେ, ଶ୍ରୀଜଗନ୍ନାଥ ବିମାନବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି ୫,୬୩୧ କୋଟି ଟଙ୍କା ମୂଲ୍ୟରେ ୧,୧୬୪ ଏକର ଜମିରେ ବିକଶିତ ହେବ। ଏହି ନିର୍ମାଣ କାର୍ଯ୍ୟ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ କରିବ।

ଏହି ବିମାନବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପବିତ୍ର ପୁରୀ ସହର ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବିଶ୍ବ ପ୍ରସିଦ୍ଧ ପୁରୀର ସିପସରୁବାଲି ମୌଜାରେ  ୧୧୬୪ ଏକର ଜମିରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପ୍ରତିଷ୍ଠା କରାଯିବ। ଏହି ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ବାରା ଅନେକଗୁଡ଼ିକ ଗ୍ରାମ ପ୍ରଭାବିତ ହେବ। ଏଥି ପାଇଁ ପ୍ରଭାବିତ ପରିବାରକୁ ପୁନର୍ବାସ ପ୍ୟାକେଜରେ ଆର୍ଥିକ ସହାୟତା ମିଳିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଥଇଥାନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିବେ। 

puri | Airport

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe