ଇସ୍କନରେ ହର୍ଷୋଲ୍ଲାସର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

Advertisment

ଲାଞ୍ଜିପଲ୍ଲୀସ୍ଥିତ ଇସ୍କନ୍ ବ୍ରହ୍ମପୁର-ହରେକୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ୍ ହର୍ଷ ଓ ଉଲ୍ଲାସରେ ପାଳିତ ହୋଇଯାଇଛି। କୀର୍ତ୍ତନ ସାଙ୍ଗକୁ ଭଗବାନ୍ ଶ୍ରୀଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମହାଭିଷେକ ତଥା ମହାଆରତୀ ଅନୁଷ୍ଠିତ ହୋଇଯାଇଛି।

ଲାଞ୍ଜିପଲ୍ଲୀସ୍ଥିତ ଇସ୍କନ୍ ବ୍ରହ୍ମପୁର-ହରେକୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ୍ ହର୍ଷ ଓ ଉଲ୍ଲାସରେ ପାଳିତ ହୋଇଯାଇଛି। କୀର୍ତ୍ତନ ସାଙ୍ଗକୁ ଭଗବାନ୍ ଶ୍ରୀଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମହାଭିଷେକ ତଥା ମହାଆରତୀ ଅନୁଷ୍ଠିତ ହୋଇଯାଇଛି।

New Project (30)

ବ୍ରହ୍ମପୁର: ଲାଞ୍ଜିପଲ୍ଲୀସ୍ଥିତ ଇସ୍କନ୍ ବ୍ରହ୍ମପୁର-ହରେକୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ୍ ହର୍ଷ ଓ ଉଲ୍ଲାସରେ ପାଳିତ ହୋଇଯାଇଛି। ଜନ୍ମାଷ୍ଟମୀ ଅବସରରେ ଉପସ୍ଥିତ ଭକ୍ତମାନଙ୍କ ଦ୍ଵାରା ଭଜନ ଓ କୀର୍ତ୍ତନ ସାଙ୍ଗକୁ ଭଗବାନ୍ ଶ୍ରୀଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମହାଭିଷେକ ତଥା ମହାଆରତୀ ଅନୁଷ୍ଠିତ ହୋଇଯାଇଛି। ଶେଷରେ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ ପଞ୍ଚରତ୍ନ ପ୍ରଭୁଜୀଙ୍କ ଦ୍ବାରା ଭଗବାନ୍ ଶ୍ରୀକୃଷ୍ଣଙ୍କ ଦିବ୍ୟ ଜନ୍ମକଥା ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଊର୍ଦ୍ଧ୍ବ ଭକ୍ତ ଯୋଗଦେଇ କୃଷ୍ଣ ପ୍ରସାଦ ସେବନ କରିଥିଲେ।

ସେହିପରି ନନ୍ଦୋତ୍ସବ ଦିନ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଳ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କ ୧୨୯ତମ ଆବିର୍ଭାବ ତିଥି ପାଳିତ ହୋଇଯାଇଛି। ଏହିଦିନ ମଧ୍ଯ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦାନ କରି ମହା ପ୍ରସାଦ ସେବନ କରିଥିଲେ। 

bhm

କାର୍ଯ୍ୟକ୍ରମଗୁଡ଼ିକ ମନ୍ଦିରର ଅଧ୍ୟକ୍ଷ ପଞ୍ଚରତ୍ନ ଦାସ, ଉପାଧ୍ୟକ୍ଷ ବଳିରୂପ ଦାସ, ବରିଷ୍ଠ ବ୍ରହ୍ମଚାରୀ ଜଗତବନ୍ଧୁ ମୁରାରୀ ଦାସ, ମଣିକିଶୋର ଦାସ, କଳାନିଧି ହରି ଦାସ, ରଘୁନାଥ ହୃଷୀକେଶ ଦାସ ତଥା ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁପରିଚାଳିତ ହୋଇଥିଲା।

ISKCON 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe