SOCIAL MEDIA POST OF SHREEMAYEE MISHRA Photograph: (sambad.in)
ଭୁବନେଶ୍ବର: ନାଆଁ ନ ନେଇ ଇସାରାରେ ପୁଣି ଭି.କେ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ବହୁଚର୍ଚ୍ଚିତା ଶ୍ରୀମୟୀ ମିଶ୍ର। ଏଥର ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ବି ଧୋଇଛନ୍ତି ସେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯିବା ପୂର୍ବରୁ ଆଜି ଏହି ବାଣଛାଡ଼ି ବିଜେଡିକୁ ଘାଇଲା କରିଛନ୍ତି ଶ୍ରୀମୟୀ। ସେ ନିଜର ଫେସବୁକ୍ରେ ଲେଖିଛନ୍ତି, Titanic କୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ବସ୍ତରୀୟ ଯୋଜନା*। ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ।
ନୂଆପଡ଼ାରେ ମାମୁଁ ଘର ମିଳୁନି, କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ
କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ।
ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ
ଅବଶ୍ୟ ବିଭାଗବିହୀନ ନାନୀ ସୁଭଦ୍ରା ମାଆ ମାନଙ୍କୁ ଛୁଇଁ ପାରୁନାହାନ୍ତି। କିନ୍ତୁ ନିର୍ବାଚନ ପରେ କୁଆଡେ ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି ବୋଲି ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ ଅଛନ୍ତି। ହସ୍ପିଟାଲରୁ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏହି ଚାଟୁକାର ବରିଷ୍ଠ ନେତାମାନେ, ଶକ୍ତିନାନୀଙ୍କ ଚାଟଶାଳୀରେ tuition ହେଉଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ।
ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ, ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ
ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ଅବଶ୍ୟ ନବୀନବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ?
ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା। ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ'ଣ ଅଣଓଡିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି।
କିଛି ଦିନ ତଳେ ସେ ଲେଖିଥିଲେ,
ଗଞ୍ଜାମରୁ ଆରମ୍ଭ ଗଞ୍ଜାମରେ ଶେଷ!
ନିଜ ହାକିମାତିକୁ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଆକ୍ରୋଶ ରଖି ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ରାଜନେତାଙ୍କୁ ଅପରାଧୀ ସଜାଇ ଜେଲ୍ ପଠାଇଥିବା ଆତ୍ମଘୋଷିତ ସର୍ବେସର୍ବା ଏବେ ନିଜର କଳା କାରନାମା ଖୋଲିଯିବା ଭୟରେ ଗୋଟିଏ ରାଜନୈତିକ ଦଳକୁ ବାଜି ଲଗାଇ ଦେଇଛନ୍ତି।
ଗୁରୁଙ୍କ ଦ୍ଵାରା ଯେଉଁ ଅଧ୍ୟାପକଙ୍କୁ କଷଟି ପଥରରେ ଚୟନ କରି ରାଜନୀତିରେ ସାମିଲ ସହ ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ ରାଜନୀତିର ମଙ୍ଗ ଧରିବାର ସୁଯୋଗ ଦିଆଯାଇଥିଲା , ତାଙ୍କୁ ଏହି ଆତ୍ମଘୋଷିତ ଶିଷ୍ୟ କ୍ଷମତାର ଦୁରୂପଯୋଗ କରି କେବଳ ଅପରାଧୀ ସଜାଇ ଜେଲ୍ ପଠାଇ ନଥିଲେ, ତାଙ୍କର ଏକମାତ୍ର ଝିଅର ସ୍ବପ୍ନର ପରିବାରରେ ବି ନିଆଁ ଲଗାଇ ଦେଇଥିଲେ। ଭଣ୍ଡ ସନ୍ୟାସୀଙ୍କ ଏହି ସବୁ କୁକର୍ମରେ ଯିଏ ସେତେବେଳେ ସହଯୋଗୀ ଥିଲେ ଏବେ ତାଙ୍କ ଉପରେ ସମୟ ହିଁ ଦାଉ ସାଧିବ। ସମୟ ବଡ଼ ବଳବାନ।
Universe Law of Return...
ପ୍ରତ୍ୟେକ ଭଲମନ୍ଦ କାର୍ଯ୍ୟ ଯାହା ଆପଣ କରନ୍ତି, ତାହା ସେହି ହିସାବରେ ଆପଣଙ୍କ ନିକଟକୁ ଫେରିଆସେ। ଏହା ପ୍ରକୃତିର ନିୟମ।
ଅଘୋଷିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଏବେ ଯେଉଁମାନେ ବିକ୍ଷୋଭ-ପ୍ରତିବାଦ କରୁଛନ୍ତି, ଟିକେ ନିଜର ବିବେକକୁ ପଚାରନ୍ତୁ, ସେମାନେ କ'ଣ ଆଇନରୁ ଊର୍ଦ୍ଧ୍ବରେ କି?
ଯିଏ ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ନିର୍ମାତାଙ୍କ ଭରସା ବଜାୟ ରହୁ। ଅହଙ୍କାରରେ ଜର୍ଜରିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶର ଯୁକ୍ତିଯୁକ୍ତ ପ୍ରତିବାଦର ସାମର୍ଥ୍ୟ ଭଗବାନ ଆପଣମାନଙ୍କୁ ଦିଅନ୍ତୁ।
Follow Us