ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ: ଶତକ ହାସଲ କରି ଇତିହାସ ରଚିଲେ ଶୁବମନ୍ ଗିଲ

ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ମୁକାବିଲାରେ ଭାରତୀୟ ଟିମ୍‌ର ଅଧିନାୟକ ଶୁବମନ୍ ଗିଲ ପ୍ରଥମ ପାଳିରେ ଶତକ ହାସଲ କରିଛନ୍ତି।

subhman

ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ମୁକାବିଲାରେ ଭାରତୀୟ ଟିମ୍‌ର ଅଧିନାୟକ ଶୁବମନ୍ ଗିଲ ପ୍ରଥମ ପାଳିରେ ଶତକ ହାସଲ କରିଛନ୍ତି। ଏବେ ସେ ଅଧିନାୟକ ଭାବେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଭାରତୀୟ ଖେଳାଳି ତାଲିକାରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ବିଜୟ ହଜାରେ ଏବଂ ସୁନୀଲ ଗାଭାସ୍କର ଏହି କାମ କରିଥିଲେ। 

ବର୍ମିଂହାମ ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୫ ୱିକେଟ୍ ହରାଇ ୩୧୦ ରନ୍ କରିଛି। ଅଧିନାୟକ ଶୁଭମନ ଗିଲ୍ ୧୧୪ ରନ୍ କରିଛନ୍ତି ଏବଂ ରବୀନ୍ଦ୍ର ଜାଡେଜା ୪୧ ରନ୍ କରିବା ପରେ ତାଙ୍କ ସହିତ ଖେଳୁଛନ୍ତି। ଯଶସ୍ୱୀ ଜୟସ୍ୱାଲ ମଧ୍ୟ ପ୍ରଥମ ଦିନରେ ଚମକି ଥିଲେ। ସେ ୮୭ ରନ୍‌ର ଧମାକାଦାର ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ।

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା, ଜୟସ୍ୱାଲ ଭଲ ଲୟରେ ଦେଖାଯାଉଥିଲେ କିନ୍ତୁ ଲିଡ୍ସ ଟେଷ୍ଟ ସେଞ୍ଚୁରିଆନ୍ କେଏଲ ରାହୁଲ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। କରୁଣ ନାୟାରଙ୍କୁ ବର୍ମିଂହାମ ଟେଷ୍ଟରେ ନମ୍ବର-୩ରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ସାଇ ସୁଦର୍ଶନଙ୍କୁ ବାଦ ଦିଆଯିବା ପରେ। ନାୟାର ଭଲ ଆରମ୍ଭ କରିଥିଲେ। କିନ୍ତୁ ୩୧ ରନ୍ କରିବା ପରେ ଆଉଟ୍ ହୋଇଥିଲେ।

ନାୟାରଙ୍କ ସହ ଜୟସ୍ବାଲ ୮୦ ରନର ପାର୍ଟନରସିପ୍ କରିଥିଲେ। ସେ ରିଷଭ ପନ୍ତଙ୍କ ସହ ୬୬ ରନର ପାର୍ଟନରସିପ୍ ମଧ୍ୟ କରିଥିଲେ। ଦିନର ତୃତୀୟ ସେସନରେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ୨୫ ରନ କରିବା ପରେ ଆଉଟ ହୋଇଥିଲେ। ଦଳ ପରିଚାଳନା ନୀତୀଶ କୁମାର ରେଡ୍ଡୀଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ସୁଯୋଗ ଦେଇଥିଲା। କିନ୍ତୁ ସେ ମାତ୍ର ୧ ରନ୍‌ କରିବା ପରେ ଆଉଟ ହୋଇଥିଲେ।

team india | Cricket

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe