ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ

ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ ଏସ୍‌କେ ରେହମାନ।  ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏଏସ ଏସ୍‌କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌।

c8e5478f-b2cd-49a3-81df-9357b224e312

ଖଣ୍ଡପଡ଼ା: ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏଏସଆଇ ଏସ୍‌କେ ରେହମାନ।  ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସଆଇ ଏସ୍‌କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌।

ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡ଼ା ଥାନା ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ କେସର ସମାଧାନ ପାଇଁ ଖଣ୍ଡପଡ଼ା ଥାନା ଏସଆଇ ଏସକେ ରେହମାନ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳୁ ଏସଆଇ ଏସ୍‌କେ ରେହମାନ ଖଳିସାହିରେ ରହୁଥିବା ଭଡ଼ାଘରେ ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ନିକଟରୁ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଚଢ଼ଉ କରିଥିଲା।  ଏସ୍‌କେ ରେହମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe