କାଞ୍ଚି ବିଜୟର ପ୍ରତୀକ ସିଦ୍ଧି ଗଣେଶ

Advertisment

ରାଜରାଜୁଡ଼ା ଅମଳରେ ମାଡ୍ରାସ ପ୍ରେସିଡେନସୀ ଭାଇଜାଗପାଟନମ୍ ଅଧିନରେ ରହିଥିଲା ଜୟପୁର। ଏହି ସମୟର ମହାରାଜା ଓ ରାଜାମାନେ ବିଭିନ୍ନ ସ୍ଥାନରେ ସ୍ଥାପନ କରିଛନ୍ତି ବହୁ ମନ୍ଦିର।

ରାଜରାଜୁଡ଼ା ଅମଳରେ ମାଡ୍ରାସ ପ୍ରେସିଡେନସୀ ଭାଇଜାଗପାଟନମ୍ ଅଧିନରେ ରହିଥିଲା ଜୟପୁର। ଏହି ସମୟର ମହାରାଜା ଓ ରାଜାମାନେ ବିଭିନ୍ନ ସ୍ଥାନରେ ସ୍ଥାପନ କରିଛନ୍ତି ବହୁ ମନ୍ଦିର।

Ganesh

କୋରାପୁଟ: ରାଜରାଜୁଡ଼ା ଅମଳରେ ମାଡ୍ରାସ ପ୍ରେସିଡେନସୀ ଭାଇଜାଗପାଟନମ୍ (ବିଶାଖାପାଟଣା) ଅଧିନରେ ରହିଥିଲା ଜୟପୁର। ଏହି ସମୟର ମହାରାଜା ଓ ରାଜାମାନେ ବିଭିନ୍ନ ସ୍ଥାନରେ ସ୍ଥାପନ କରିଛନ୍ତି ବହୁ ମନ୍ଦିର। ଏହି କ୍ରମରେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ସଦରମହକୁମା ନିକଟସ୍ଥ ସାରିଆପୁଟର ଏକ ପାହାଡ ପାଦଦେଶରେ ପୂଜା ପାଉଛନ୍ତି ଗୋଟାଏ ଲାଲ ରଂଙ୍ଗ ପଥରରେ ଗଢ଼ା ୬ଫୁଟର ଗଣେଷ ମୂର୍ତି। ତେବେ ଏହି ମୂର୍ତି ବର୍ଣ୍ଣନା ବି କରୁଛି ପୁରୁଷୋତ୍ତମଦେବଙ୍କ କାଞ୍ଚି ବିଜୟର କାହାଣୀ।

ଗବେଷକ ରବି ଶତପଥୀଙ୍କ କହିବାନୁଯାୟୀ ସେତେବେଳର ନନ୍ଦପୁର ରାଜା ଚନ୍ଦ୍ରାକ୍ଷ ମଧ୍ୟ ଏହି ବିଜୟ ଯାତ୍ରାରେ ସହଯୋଗ କରିଥବା ଯୋଗୁଁ କାଞ୍ଚି ବିଜୟ ସମୟରେ ସାଥିରେ ଆଣିଥିବା ଗୋଟାଏ ପଥରର  ସିଦ୍ଧି ଗଣେଶ ମୂର୍ତ୍ତିକୁ ପୁରୁଷୋତ୍ତମଦେବ ସାରିଆପୁଟ ଠାରେ ଛାଡ଼ି ଯାଇଥିଲେ। ସେହିଦିନଠାରୁ ସିଦ୍ଧି ଗଣେଶଙ୍କୁ ଲୋକେ ପୂଜା କରିଆସିଛନ୍ତି।

ତେବେ ଅସ୍ପଷ୍ଟ ଥିବା ଇତିହାସର ପୃଷ୍ଠାରେ କିଛି ଗବେଷକ ନନ୍ଦପୁର ଅଂଚଳ ତନ୍ତ୍ର ସାଧନାର ପ୍ରମୁଖ ପୀଠ ହୋଇଥିବା ଯୋଗୁଁ ସେ ସମୟରେ ତନ୍ତ୍ର ସାଧକଙ୍କ ଦ୍ୱାରା ଏହି ମୂର୍ତି ପ୍ରତିଷ୍ଠା କରାଯାଇଥିବା କୁହାଯାଉଥିବା ଶ୍ରୀ ଶତପଥୀ ଜଣାଇଛନ୍ତି। ସେ ଯାହା ହେଉନା କାହିଁକି,ଏଠାକୁ ପ୍ରତିବର୍ଷ ଗଣେଶ ପୂଜା ସମୟରେ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଲାଗି ରହୁଛି। ଆସନ୍ତାକାଲି ବି ସେହିପରି ସମାଗମ ହେବା ସମ୍ଭାବନା ରହିଥିବା ଅଂଚଳବାସୀ ଆଶାପ୍ରକଟ କରିଛନ୍ତି। ଅଂଚଳବାସୀଙ୍କ ଆଶା ଓ ବିଶ୍ବାସ ରହିଛି ଯେ ସିଦ୍ଧିଗଣେଷଙ୍କର ଦର୍ଶନ କରି ଯାହା ମନାସିଲେ ତାହା ହୋଇଥାଏ। ପ୍ରତ୍ୟେକ ପୂଜା ଓ ପାର୍ବଣରେ ଏହି ମନ୍ଦିରରେ ପ୍ରଥମେ ପୂଜା କରାଯିବା ପରେ ଅନ୍ୟ ମନ୍ଦିରରେ ପୂଜା କରାଯାଉଛି ବୋଲି ଅଂଚଳବାସୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe