ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ଓଲିଉଡ୍‌ର ଜଣାଶୁଣା ଗାୟକ ହ୍ୟୁମାନ ସାଗର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏବେ ବି ଭେଣ୍ଟିଲେଟର ସହାୟତାରେ ଅଛନ୍ତି ସେ। ଏଣେ ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହ୍ୟୁମାନ ସାଗର କେମିତ ଅଛନ୍ତି, ସେନେଇ ଜାଣିବା ପାଇଁ ଡାକ୍ତରୀ ଟିମ୍‌ଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିବାକୁ କହିଛନ୍ତି।

Advertisment

ଦୁଇଟି ଗୀତର ସ୍ବର ସଂ‌ଯୋଜନା କାମ ଶେଷ କରିଥିଲେ ହ୍ୟୁମାନ ସାଗର 

ଏଣେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ହ୍ୟୁମାନ ସାଗର କଟକର ଏକ ଘରୋଇ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହୋଇଥିଲେ। ଠିକ୍ ତା ପୂର୍ବରୁ ସେ ଏକ ଓଡ଼ିଆ ଛବିର ସଙ୍ଗୀତ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ‘ଛକି ଶୂନ’ର  ମ୍ୟୁଜିକ୍ ସିଟିଂ ବି ଆରମ୍ଭ ହୋଇଥିଲା। ଏପରିକି ସେ ଉକ୍ତ ଫିଲ୍ମର ଦୁଇଟି ଗୀତର ସ୍ବର ସଂ‌ଯୋଜନା କାମ ଶେଷ କରିଥିଲେ। ଆହୁରି ତିନିଟି ଗୀତ କାମ ବାକି ରହିଛି। ହେଲେ ହଠାତ୍ ତାଙ୍କର ଦେହ ଖରାପ ହୋଇଗଲା। ଏଠାରେ ଯେଉଁ  ଓଡ଼ିଆ ସିନେମା କଥା କୁହାଯାଉଛି, ତାହା ହେଲା ଅନୁସନ୍ଧାନମୂଳକ ଥ୍ରିଲର ‘ଛକି ଶୂନ’। ଏଥିରେ ପ୍ରଥମ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ହ୍ୟୁମାନ୍।

ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଛକି ଶୂନ’ରେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଜିତୁ ମଙ୍ଗରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। 

ଆହୁରି ପଢ଼ନ୍ତୁ: Chief Minister Mohan Charan Majhi praises Jual Oram: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏହାର ପ୍ରଯୋଜନାରେ ଅଛନ୍ତି ଏସ ଏମ ଏଣ୍ଟରଟେନମେଣ୍ଟର ଶୁଭମ ମହାନ୍ତି। ଏହାର ଲେଖକ-ନିର୍ଦ୍ଦେଶକ ହେଲେ ମାନସ ପଢ଼ିଆରୀ।  ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍। ଏହାର ସହ ନିର୍ଦ୍ଦେଶକ ସ୍ମୃତି ଆର ଓ ବିଶ୍ୱଜିତ, କଳା ନିର୍ଦ୍ଦେଶକ ସୁଧାଂଶୁ ମହାନ୍ତି, ଫଟୋଗ୍ରାଫର ଆଝାର ଅଲ୍ଲୀ ଓ  ଭିଏଫଏକ୍ସ ଏଡିଟର ହେଲେ ଆନନ୍ଦ।

ହ୍ୟୁମାନ୍ କହିଥିଲେ ପ୍ରଯୋଜନା ସଂସ୍ଥା,ନିର୍ଦ୍ଦେଶକ ମାନସ ପଢ଼ିଆରୀ ଏବଂ ବିଶେଷ କରି ଅନୁଭବ ମହାନ୍ତି ସାର୍‌ଙ୍କ ଆଗ୍ରହକ୍ରମେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛି। ଆଶା ରଖିଛି, ଗାଇବା ଭଳି ଭଲ ସ୍ବର କରି ଓଡ଼ିଶାବାସୀଙ୍କ ହୃଦୟ ଜିତିବି।

ଆହୁରି ପଢ଼ନ୍ତୁ: Judo Championship: ଜାତୀୟସ୍ତର ଜୁଡ଼ୋ ପ୍ରତିଯୋଗିତାରେ ଭାଗ ନେବେ ବଣ୍ଡାଘାଟିର ବଣମଲ୍ଲି

ଲିଭର, କିଡ୍‌ନି ପ୍ରଭାବିତ

ଲିଭର୍‌ ଓ କିଡ୍‌ନି ସହିତ ହ୍ୟୁମାନ୍‌ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଛି। ଏକ୍‌ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ବହୁ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସାଗର ଘରେ ଘରେ ପରିଚିତ। ଏଣେ ଆଜି ହ୍ୟୁମାନ୍ ସାଗରଙ୍କ ମା କହିଛନ୍ତି, ତାର ଅଙ୍ଗ କାମ କରୁନି। ଗୋଟିଏ ପ୍ରତିଶତ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।