୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅମିନଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକଙ୍କୁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ କର୍ମଚାରୀ ଧରିଛନ୍ତି। ଭିଜିଲାନ୍ସ ଟିମ୍ ଅମିନ ଶିଶିର କୁମାର ନାଏକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି।

bh

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକଙ୍କୁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ କର୍ମଚାରୀ ଧରିଛନ୍ତି। ତାଙ୍କଠାରୁ ଲାଞ୍ଚ ଅର୍ଥ ବି ଜବତ ହୋଇଥିବା ଜଣାଯାଇଛି।

ଜମି ପଟ୍ଟାର ନକ୍ସା ତିଆରି ପାଇଁ କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକ ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା । ରାଉରକେଲା ଭିଜିଲାନ୍ସ ତରଫରୁ ଏହି ଚଢ଼ାଉ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ଅମିନ ଶିଶିର କୁମାର ନାଏକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ଜମି ପଟ୍ଟାର ନକ୍ସା ତିଆରି ପାଇଁ କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକ ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା । ରାଉରକେଲା ଭିଜିଲାନ୍ସ ତରଫରୁ ଏହି ଚଢ଼ାଉ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ଅମିନ ଶିଶିର କୁମାର ନାଏକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି।

odisha vigilance

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe