Ramalila of Raksa Photograph: (Sambad )
ବାଉଁଶୁଣି: ବୌଦ୍ଧ ବ୍ଲକ ରକସା ଗ୍ରାମର ରଘୁନାଥ ନାଟ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ରାମଲୀଳା ନାଟ୍ୟ ଉତ୍ସବ ଅବସରରେ ମଙ୍ଗଳବାର ଦିନ ଲୌକିକ ରୀତିନୀତିରେ ସୀତା ବିବାହ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆୟୋଜିତ ବିବାହ ବରଯାତ୍ରୀ ଶୋଭାଯାତ୍ରାରେ ଆଖପାଖ ଦଶଗୋଟି ଗ୍ରାମର ମହିଳାମାନେ ସାମିଲ ହୋଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିବାହ ନିମିତ୍ତ, ବିଭିନ୍ନ ଆବଶ୍ୟକ ସାମଗ୍ରୀ ନେଇ କନ୍ୟାପିତାଙ୍କ ଘରକୁ ଯାଇଥିଲେ। କାହ୍ନୁଚରଣ ମେହେର ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ମେହେର ପ୍ରଭୁ ଶ୍ରୀରାମଙ୍କ ବରପକ୍ଷ ପିତା,ମାତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ଭାବଗ୍ରାହୀ ମେହେର ଓ ତାଙ୍କ ପତ୍ନୀ ସନ୍ତୋଷିନୀ ମେହେର ମାତା ସୀତାଙ୍କ କନ୍ୟାପକ୍ଷର ପିତା, ମାତା ରୂପେ ଦାୟିତ୍ୱ ତୁଲାଇ ଥିଲେ। ପୂଜକ ନିରଞ୍ଜନ ମିଶ୍ର ମାଙ୍ଗଳିକ ଓ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ସୀତା ବିବାହ ଉତ୍ସବ ଉପଲକ୍ଷେ ଗ୍ରାମରେ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା।
ସେହିପରି ଭାବଗ୍ରାହୀ ମେହେର ଓ ତାଙ୍କ ପତ୍ନୀ ସନ୍ତୋଷିନୀ ମେହେର ମାତା ସୀତାଙ୍କ କନ୍ୟାପକ୍ଷର ପିତା, ମାତା ରୂପେ ଦାୟିତ୍ୱ ତୁଲାଇ ଥିଲେ। ପୂଜକ ନିରଞ୍ଜନ ମିଶ୍ର ମାଙ୍ଗଳିକ ଓ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ସୀତା ବିବାହ ଉତ୍ସବ ଉପଲକ୍ଷେ ଗ୍ରାମରେ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା। ପାରାୟଣରେ ଆଶିଷ ଦାଶ ବ୍ୟାସ ରହିଥିଲେ। ରାତିରେ ମଞ୍ଚରେ ସୀତା ବିବାହ ଓ ପର୍ଶୁରାମ ଭେଟ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକରେ ସଂସଦର କଳାକାରମାନେ ଅଭିନୟ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରକସା ଗ୍ରାମବାସୀ ସହଯୋଗ କରିଥିଲେ।
Boudh
Follow Us