ଦାନା ଦୁର୍ଦ୍ଦଶା: କାଣୀନଦୀରେ ଧସୁଛି ଅତଡ଼ାଖଣ୍ଡ, ଦ୍ବୀପାଞ୍ଚଳବାସୀ ଭୟଭୀତ

"ଦାନା" ବାତ୍ୟାର ଝଡ଼ପବନରେ ନଦୀର ଲହଡ଼ି ମାଡ଼ ଯୋଗୁଁ ପଦନୀପାଳ ଦ୍ବୀପାଞ୍ଚଳକୁ ଘେରି ରହିଥିବା ଖରସ୍ରୋତା-କାଣୀନଦୀର ମୁହାଣ ନିକଟରେ ବିଶାଳ ଅତଡ଼ା ଖଣ୍ଡ ଧସିଛି। ପଦନୀପାଳ ଦକ୍ଷିଣକାଳୀଙ୍କ ପଶ୍ଚିମ ପାର୍ଶ୍ବରେ ଏହି ଅତଡ଼ା ଖଣ୍ଡ ଧସିଛି।

aul

ଆଳି:"ଦାନା" ବାତ୍ୟାର ଝଡ଼ପବନରେ ନଦୀର ଲହଡ଼ି ମାଡ଼ ଯୋଗୁଁ ପଦନୀପାଳ ଦ୍ବୀପାଞ୍ଚଳକୁ ଘେରି ରହିଥିବା ଖରସ୍ରୋତା-କାଣୀନଦୀର ମୁହାଣ ନିକଟରେ ବିଶାଳ ଅତଡ଼ା ଖଣ୍ଡ ଧସିଛି। ପଦନୀପାଳ ଦକ୍ଷିଣକାଳୀଙ୍କ ପଶ୍ଚିମ ପାର୍ଶ୍ବରେ ଏହି ଅତଡ଼ା ଖଣ୍ଡ ଧସିଛି।

ପଦନୀପାଳ,ଶାସନ ଓ ଦୈତ୍ୟାରୀପୁର ଗ୍ରାମର ୭ ହଜାର ଦ୍ବିପାଞ୍ଚଳବାସୀ ଯାତାୟତ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ବନ୍ଧ ପ୍ରତି ଏଇ ଅତଡ଼ା ବିପଦ ସୃଷ୍ଟି କରିଛି। ସଂପ୍ରତି ନଦୀରେ ପ୍ରାୟ ୫୦୦ ମିଟରର ବିରାଟ ଅତଡ଼ା ଧସିଛି ଓ ଯାହାକି ବନ୍ଧଠାରୁ ମାତ୍ର ୫ମିଟର ଦୂରତାରେ ରହିଛି। ପଛକୁପଛ ଅତଡ଼ା ଧସିବା ଜାରି ରହିଲେ ଏହା ଦ୍ବିପାଞ୍ଚଳର ସଂପୃକ୍ତ ୩ଟି ଗ୍ରାମ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କାରେ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି।

ଅତଡ଼ା ଧସିଥିବା ସ୍ଥାନର ବନ୍ଧ ଆରପାର୍ଶ୍ବରେ ପୋଖରୀ ରହିଛି। ଯେଉଁଠିକି ଏବେ ନଦୀପାଣି ଝର ପଡୁଛି। ଅତଡ଼ା ଯୋଗୁଁ ଯଦି ବନ୍ଧ ନଦୀଗର୍ଭକୁ ଚାଲିଯାଏ ତେବେ ମଝିରେ ଆଉଏକ ନଦୀସୃଷ୍ଟି ହୋଇ ଦ୍ବିପାଞ୍ଚଳର ଏଇ ତିନୋଟି ଗ୍ରାମକୁ ପରସ୍ପର ଠାରୁ ବିଚ୍ଛିନ୍ନ କରାଇଦେବ ବୋଲି ଦ୍ବିପାଞ୍ଚଳର ବୟସ୍କ ବ୍ୟକ୍ତି ଗଙ୍ଗାଧର ଦାସ,ଭୋଳାନାଥ ମଲିକ, ବସନ୍ତ ମହାନ୍ତି, ପୁରୁଷୋତ୍ତମ ମଲିକ ଓ ଜୟନ୍ତ ମଲିକ ପ୍ରମୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe