ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ; ମୂଲ୍ୟ ୧୦ ଲକ୍ଷ ଟଙ୍କା ଆକଳନ

ଝାରସୁଗୁଡ଼ାରେ ଯୁବବର୍ଗଙ୍କୁ ଟାର୍ଗେଟ କରି ନିଶା ବେପାରୀମାନେ ବେଆଇନ କାମରେ ଲିପ୍ତ ରହୁଛନ୍ତି। ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଛି। କିଛି ଲୋକ ପୁଲିସ କବଜାରେ ଫସୁଥିବା ବେଳେ ଆହୁରି ଅନେକ ଖସି ଯାଉଛନ୍ତି।

New Project (27)

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ନିଶା ବେପାରୀମାନେ କାୟା ବିସ୍ତାର କରିଛନ୍ତି। ଯୁବବର୍ଗଙ୍କୁ ଟାର୍ଗେଟ କରି ନିଶା ବେପାରୀମାନେ ଏଭଳି ବେଆଇନ କାମରେ ଲିପ୍ତ ରହୁଛନ୍ତି। ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଛି। କିଛି ଲୋକ ପୁଲିସ କବଜାରେ ଫସୁଥିବା ବେଳେ ଆହୁରି ଅନେକ ଖସି ଯାଉଛନ୍ତି। ପୁଲିସ ଏକ ବ୍ୟାପକ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି। ଗିରଫ ଅଭିଯୁକ୍ତମାନେ ବ୍ରଜରାଜନଗର ଥାନା ଅଞ୍ଚଳର ବିଜୟ ଅଗ୍ରୱାଲ, ବିଜୟ ସାହା, ଉମେଶ ଚୌହାନ, ପୁସ୍ତୋମ ବାନଛୋର, କରନ କଲେତ, ଅମିତ ଷଣ୍ଢ l

ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ ସ୍କୁଲ ପଡ଼ିଆରେ ୬ ଜଣିଆ ଡ୍ରଗ୍ସ ଚଲାଣକାରୀ ବ୍ୟବସାୟ ସଂପର୍କିତ ଯୋଜନା କରୁଥିଲେ। ଏନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି କ୍ରମରେ ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା।

ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ ସ୍କୁଲ ପଡ଼ିଆରେ ଅଭିଯୁକ୍ତମାନେ ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏହି ନିଶା ଦ୍ରବ୍ୟ କରବାର କରୁଥିଲେl ଏହାକୁ ଚାଲାଣ କରିବା ପୂର୍ବରୁ ବ୍ରଜରାଜନଗର ଓପିଏମ ସ୍କୁଲ ପଡ଼ିଆରେ ଅଭିଯୁକ୍ତମାନେ ପେକିଙ୍ଗ କରୁଥିବା ସମୟରେ ପୁଲିସ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛିl

JSG

ପୁଲିସ କହିଛି ଅଭିଯୁକ୍ତମାନଙ୍କ ଠାରୁ ୩୨ ଗ୍ରାମ ବ୍ରାଉନସୁଗାର, ପେଣ୍ଟା ଯୋନିକ ଲେକଟେକ ଇଞ୍ଜେକେସନ, ୫ଟି ଡିସ୍ପୋଭେନ ସିରିଞ୍ଜ, ୧୫ ଷ୍ଟ୍ରିପ ନାଇଟ୍ରାଯେପାମ ଟେବଲେଟ ଏବଂ ୨ ହଜାର ଟଙ୍କା ଜବତ କରିଛି। ଜବତ ନିଶା ଦ୍ରବ୍ୟର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଅଭିଯୁକ୍ତମାନେ ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏହି ନିଶା ଦ୍ରବ୍ୟ କରବାର କରୁଥିଲେl ଏହାକୁ ଚାଲାଣ କରିବା ପୂର୍ବରୁ ବ୍ରଜରାଜନଗର ଓପିଏମ ସ୍କୁଲ ପଡ଼ିଆରେ ଅଭିଯୁକ୍ତମାନେ ପେକିଙ୍ଗ କରୁଥିବା ସମୟରେ ପୁଲିସ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛିl ଅଭିଯୁକ୍ତମାନଙ୍କୁ ଗିରଫ କରିବାସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି। 

ରିପୋର୍ଟ: ଝାରସୁଗୁଡ଼ାରୁ ତେଜସ୍କର ମହାପାତ୍ର

Jharsuguda | Brown sugar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe