ଚଳନ୍ତା ଟ୍ରେନରୁ ସୁନା ଝାମ୍ପିନେଇଥିଲେ ୬ ଜଣ ଅଭିଯୁକ୍ତ, ଗିରଫ କଲା ଜିଆରପି

ଚଳନ୍ତା ଟ୍ରେନରୁ  ସୁନା ଝାମ୍ପିନେବା ଘଟଣାର ପର୍ଦାଫାସ୍ କରିଛି ରାୟଗଡା ଜିଆରପି ପୁଲିସ। ଏହି ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତକୁ ଗିରଫ୍ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଟଙ୍କା, ସୁନା, କାର ଓ ମୋବାଇଲ ଜବତ ହୋଇଛି।

RGD

ରାୟଗଡ଼ା: ଚଳନ୍ତା ଟ୍ରେନରୁ  ସୁନା ଝାମ୍ପିନେବା ଘଟଣାର ପର୍ଦାଫାସ୍ କରିଛି ରାୟଗଡା ସରକାରୀ ରେଳବାଇ ପୁଲିସ (ଜିଆରପି)। ଏହି ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତକୁ ଗିରଫ୍ କରିଛି। ଗିରଫ୍ ଅଭିଯୁକ୍ତ ମାନେ ହେଲେ ରାୟଗଡା ସହର ଅଞ୍ଚଳର ଉଲାକା ଶ୍ରୀନୁ,ମୁରଲୀ ପାଲେକ,ଏ.ବେଣୁ ଗୋପାଳ ସ୍ବାମୀ, ଏ.ଇଶ୍ବର,ଗୋବିନ୍ଦ ବାଗ ଓ ବିଧାର ବାଗ୍।

ଜିଆରପି ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ନଗଦ ୨ଲକ୍ଷ ୨୫ ହଜାର ଟଙ୍କା, ୫୮ ଗ୍ରାମ ସୁନା, ଦୁଇଟି କାର ଓ ୬ଟି ମୋବାଇଲ ଜବତ କରିଛି। ଚଳିତ ମାସ ୩ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଗାଜୁୱାକା  ଅଞ୍ଚଳର ସୁନା କାରୀଗର ରୁପଦିନ୍ ମୁଲ୍ଲା ରାୟଗଡା ରେ କାର୍ଯସାରି ଗୁଣ୍ଟୁର ଅଭିମୁଖେ ଟ୍ରେନରେ ଯାଉଥିବା ବେଳେ ଜେମାଦେଇପେଣ୍ଠ ଷ୍ଟେସନ୍ ନିକଟରେ ଅଭୁଯୁକ୍ତ ମାନେ ଏସି ବଗିରେ ପସି  ସୁନା ବ୍ୟାଗ ଲୁଟିନେଇଥିଲେ। ବ୍ୟାଗରେ ପ୍ରାୟ ଦେଢଶହ ଗ୍ରାମର ସୁନା ଥିଲା।

ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ନଗଦ ୨ଲକ୍ଷ ୨୫ ହଜାର ଟଙ୍କା, ୫୮ ଗ୍ରାମ ସୁନା, ଦୁଇଟି କାର ଓ ୬ଟି ମୋବାଇଲ ଜବତ କରିଛି। ଚଳିତ ମାସ ୩ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଗାଜୁୱାକା  ଅଞ୍ଚଳର ସୁନା କାରୀଗର ରୁପଦିନ୍ ମୁଲ୍ଲା ରାୟଗଡା ରେ କାର୍ଯସାରି ଗୁଣ୍ଟୁର ଅଭିମୁଖେ ଟ୍ରେନରେ ଯାଉଥିବା ବେଳେ ଜେମାଦେଇପେଣ୍ଠ ଷ୍ଟେସନ୍ ନିକଟରେ ଅଭୁଯୁକ୍ତ ମାନେ ଏସି ବଗିରେ ପସି  ସୁନା ବ୍ୟାଗ ଲୁଟିନେଇଥିଲେ।

ଏନେଇ ବ୍ୟବସାୟୀ ଜଣକ ରାୟଗଡ଼ା ଜିଆରପି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଜିଆରପି ପୁଲିସ ଓ ଆରପିଏଫ୍‌ର ଗୁଇନ୍ଦା ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ। ତେବେ  ୧୦ ଦିନ ପରେ ପୁଲିସ  ଅଭିଯୁକ୍ତକୁ ରାୟଗଡା ସହରର ବିଭିନ୍ନ ଅଞ୍ଚଳରୁ ଗିରଫ୍ କରିଛି। ଆଜି ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ଜଡିତ ଅନ୍ୟ କିଛି  ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ୍ କରାଯିବ ବୋଲି ରାୟଗଡା ଜିଆରପି ଡିଏସପି ପ୍ରଭାତ କୁମାର ଶତପଥୀ ପ୍ରକାଶ କରିଛନ୍ତି।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe