ଏନକାଉଣ୍ଟରରେ ୬ ମାଓବାଦୀ ନିପାତ: ଯବାନ ଫେରିଲେ, ୬ ମୃତ ଚିହ୍ନଟ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲର ପରିଆ କାକୁଲ ଠାରେ ଶୁକ୍ରବାର ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲର ପରିଆ କାକୁଲ ଠାରେ ଶୁକ୍ରବାର ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ।

Mkg naxal Encounter follow up (1)

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲର ପରିଆ କାକୁଲ ଠାରେ ଶୁକ୍ରବାର ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ତେବେ ଯବାନ ମୃତ ନକ୍ସଲକୁ ନେଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଆଜି ନାରାୟଣପୁର ଏସପି ରବିନସନ ଗୁଡିଆ ସାମ୍ବାଦିକ ସମ୍ମିଳନୀରେ ୬ ମୃତ ନକ୍ସଲଙ୍କ ଚିହ୍ନଟ ହୋଇଥିବା କହିଥିଲେ। ଏମାନେ ହେଲେ ଡିଭିସିଏମ କମାଣ୍ଡର ରାହୁଲ ପୁନେମ ଅରଫ ଲଛୁ (୩୮), ପାର୍ଟି ମେମ୍ବର ଉଙ୍ଗି ତାଟି (୨୪), ପାର୍ଟି ମେମ୍ବର ମନିଷା (୨୫), ପାର୍ଟି ମେମ୍ବର ତାଟି ମୀନା (୨୨), ପାର୍ଟି ମେମ୍ବର ହରିଶ ଓରଫ କୋସା (୨୫) ଏବଂ ପାର୍ଟି ମେମ୍ବର କୁଡାମ ବୁଦୁରୀ (୨୧)। ଏମାନଙ୍କ ନାମରେ ସରକାର ୪୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିବା ପୁଲିସ କହିଥିଲା। ଘଟଣାସ୍ଥଳରୁ ଏକେ-୪୭, ଏସଏଲଆର ରାଇଫଲ, ୧୨ ବୋର ରାଇଫଲ, ୮୩ଟି ବିଏଲଜି ସେଲ, ବହୁମାତ୍ରାରେ ବିସ୍ଫୋରକ ଜବତ କରାଯାଇଛି।

ପୁଲିସର ଅପରେସନ ମନସୁନ ସଫଳତା ହାସଲ କରିଥିବା କୁହାଯାଇଛି। ଏହି ଚଢାଉରେ ଏସଟିଏଫ, ବିଏସଏଫ, ଡିଆରଜି ଯବାନ ସାମିଲ ଥିବା ପୁଲିସ କହିଛି।

‌ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ମାଓବାଦୀଙ୍କ ପାଇଁ କଡ଼ା ପଦକ୍ଷେପ ନେଉଥିବା ବେଳେ ଧୀରେଧୀରେ କ୍ୟାଡର ମାଓବାଦୀମାନେ ନିରଜ ମାନସିକତାରେ ପରିବର୍ତ୍ତନ ଆଣୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ଆକର୍ଷିତ ହୋଇ ମାଓ ସଂଗଠନର ସଦସ୍ୟମାନେ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମେରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୁଲିସ ନିକଟରେ ଦୁର୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ୪୫ ବର୍ଷ ଧରି ସଂଗଠନରେ କାର୍ଯ୍ୟ କରିବା ପରେ ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚିନ୍ତା କରିଛନ୍ତି। ଏମାନେ ହେଲେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ତଥା ରାଜ୍ୟ କମିଟି ସଦସ୍ୟ ମାଲା ସଂଜୀବ ଅରଫ ଲେଙ୍ଗୁ ଦାଦା(୬୨) ଏବଂ ତାଂକ ପତ୍ନୀ ଷ୍ଟେଟ କମିଟି ମେମ୍ବର ପେରାଗୁଡା ପାର୍ବତୀ ଅରଫ ଦୀନା(୫୦)।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe