ଏସ୍‌ବିଆଇରୁ ୧୬ କୋଟି ଠକେଇ ଘଟଣାରେ ୬ ଅଭିଯୁକ୍ତ ଗିରଫ

Advertisment

ଏସ୍‌ବିଆଇର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ୍  ଇଓଡବ୍ଳୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତମାନେ ୧୬ କୋଟି ୭୧ ଲକ୍ଷ୍ ଟଙ୍କା ଋଣ ନେଇଥିଲେ।

ଏସ୍‌ବିଆଇର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ୍  ଇଓଡବ୍ଳୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତମାନେ ୧୬ କୋଟି ୭୧ ଲକ୍ଷ୍ ଟଙ୍କା ଋଣ ନେଇଥିଲେ।

ମୟୂରଭଞ୍ଜ ଡିଏମ୍‌ଏଫ୍‌ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ନେଇଗଲେ ୯.୭୬ କୋଟି

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ୍  ଇଓଡବ୍ଳୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତମାନେ ୧୬ କୋଟି ୭୧ ଲକ୍ଷ୍ ଟଙ୍କା ଋଣ ନେଇଥିଲେ। ସେମାନେ ଭୁବନେଶ୍ୱରରେ ମିଛ ଅଫିସ କରି ଠକି ନେଇଥିଲେ। ଏସ୍‌ବିଆଇର ପଟିଆ, ରଘୁନାଥପୁର, ଝାରପଡ଼ା, ଜୟଦେବ ବିହାର ଶାଖାରୁ ଠକିଥିଲେ।  

ଅଭିଯୁକ୍ତମାନେ ପଟିଆ ଡିିଏଲ୍ଏଫ୍‌ରେ ଘର ଭଡ଼ା ନେଇ ଫୋନ ପେ ଅଫିସ୍ କରି ନିଜର କର୍ମଚାରୀ କହି ବ୍ୟାଙ୍କକୁ ଚୁନା ଲଗାଇଛନ୍ତି। ବ୍ୟାଙ୍କ୍  ତଦନ୍ତ  କରିବା ପାଇଁ  ଯିବା ସମୟରେ ନିଜର ଫେକ ମେଲ, ଠିକଣା, ସାଲାରି ସ୍ଲିପ ପ୍ରସ୍ତୁତ କରିଥିଲେ, ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ ଦେଇଥିଲେ।

ଇଓଡବ୍ଲୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି, ଅଭିଯୁକ୍ତମାନେ ପଟିଆ ଡିିଏଲ୍ଏଫ୍‌ରେ ଘର ଭଡ଼ା ନେଇ ଫୋନ ପେ ଅଫିସ୍ କରି ନିଜର କର୍ମଚାରୀ କହି ବ୍ୟାଙ୍କକୁ ଚୁନା ଲଗାଇଛନ୍ତି। ବ୍ୟାଙ୍କ୍  ତଦନ୍ତ  କରିବା ପାଇଁ  ଯିବା ସମୟରେ ନିଜର ଫେକ ମେଲ, ଠିକଣା, ସାଲାରି ସ୍ଲିପ ପ୍ରସ୍ତୁତ କରିଥିଲେ, ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ ଦେଇଥିଲେ। ଲୋନ ନେବା ପରେ କେହି ନ ସୁଝିବାରୁ ଇଓଡବ୍ଲୁରେ ଅଭିଯୋଗ କରିଥଲେ ବ୍ୟାଙ୍କ କର୍ମଚାରୀ। ୧୬୧ ଜଣଙ୍କୁ ଫୋନ୍ ପେ’  କର୍ମଚାରୀଙ୍କ ଦେଖେଇ ଠକେଇ କରିଥିଲେ। ଲୋକଙ୍କୁ ଏସ୍‌ବିଆଇରେ ଲୋନ କରିଦେବ ପରେ ୩୫ ପ୍ରତିଶତ ନେଇଥିଲା ଠକ। ପୁଲିସ ୬ ଜଣଙ୍କୁ ଗିରଫ ପରେ ଏହି ଠକେଇରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖାଜୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe