ଜଳ ହେଲା କାଳ: ବୁଡ଼ିଗଲେ ଚାରି ନାବଳକ, ଦୁଇ ଜଣ ଯୁବକ

Advertisment

ଜଳର ସ୍ଥିତି ନପରଖି ପଶିବା କାଳ ହୋଇଛି। ପୋଖରୀ ଓ ନଦୀରେ ବୁଡ଼ି ୬ ଜଣଙ୍କର ପ୍ରାଣହାନୀ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଜଳର ସ୍ଥିତି ନପରଖି ପଶିବା କାଳ ହୋଇଛି। ପୋଖରୀ ଓ ନଦୀରେ ବୁଡ଼ି ୬ ଜଣଙ୍କର ପ୍ରାଣହାନୀ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି।

Six persons drawn in different places

Six persons drawn in different places Photograph: (sambad.in)

ଭୁବନେଶ୍ବର: ଜଳର ସ୍ଥିତି ନପରଖି ପଶିବା କାଳ ହୋଇଛି। ପୋଖରୀ ଓ ନଦୀରେ ବୁଡ଼ି ୬ ଜଣଙ୍କର ପ୍ରାଣହାନୀ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକମାନେ ହେଲେ ଉମାକାନ୍ତ ନାୟକ, ରିତେଶ ପ୍ରଧାନ, ଶୁଭ ଖିଲାର ଓ ସୂର୍ଯ୍ୟକାନ୍ତ ମାଝୀ। ଦୁଇ ଜଣ ଯୁବକଙ୍କର ପରିଚୟ ମିଳିପାରି ନାହିଁ। 

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୋଡ଼ିବିଡା ଗାଁରେ ଆଜି ଏକ ବଡ଼ ଅଘଟଣ ଘଟିଛି। ଏଠାରେ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର ରିତେଶ ପ୍ରଧାନ ଓ ବାହାଡାଝୋଲା ପୋଡ଼ାସାହି ଗାଁର ଶୁଭ ଖିଲାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ପରିବାର ସହ ଆସିଥିଲେl ସକାଳୁ ଉମାକାନ୍ତଙ୍କ ସହ ମିଶି ରିତେଶ ଓ ଶୁଭ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେl ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପୋଖରୀ ନିକଟରୁ ନାବାଳକଙ୍କ ସାଇକେଲ ଓ ଚପଲ ମିଳିଥିଲାl ଏହାପରେ ୩ ଜଣଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲଶ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେl ୩ ନାବାଳକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। 

କଟକରୁ ମଧ୍ୟ ଏକ ଦୁଃଖଦ ଖବର ଆସିଛି। କାଠଯୋଡ଼ିରେ ଜଣେ ନାବାଳକ ବୁଡ଼ି ଯାଇଛନ୍ତି। ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ସୂର୍ଯ୍ୟକାନ୍ତ ମାଝୀ (୧୩) ବୁଡ଼ିଯିବା ପରେ ତାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନାବାଳକର ଘର କଟକ ଖାନନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। 

କେନ୍ଦୁଝରରେ ମଧ୍ୟ ନଦୀରେ ବୁଡ଼ି ୨ଜଣଙ୍କ ଜୀବନ ଚାଲିଯାଇଛି। ହରିଚନ୍ଦନପୁର ବ୍ଲକ ଗରଗଡବାହାଳ ଗାଁ ନିକଟ ମୂଷଳ ନଦୀରେ  ଅଘଟଣ ଘଟିଛି। ମୃତକମାନେ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ଜଣାପଡ଼ିଛି। ଉଭୟ ଯାଜପୁର ଡୁବୁରୀ ଟାଟା ପ୍ଲାଣ୍ଟରେ କାର୍ଯ୍ୟରତ ଥିଲେ। ମୂଷଳ ନଦୀ କୂଳରେ ପାହାଡ ଚଢ଼ି ପାଟହରା ଗୁମ୍ଫାକୁ ଯାଉଥିବା ବେଳେ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା। ସେ ଅନ୍ୟ ଜଣେ ଯୁବକଙ୍କ ଗୋଡ଼କୁ ଧରି ପକାଇବାରୁ ଉଭୟ ନଦୀ ଭିତରେ ଖସି ପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଙ୍ଗ ଦୁଇ ଜଣ ଲୋକଙ୍କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା। ତେବେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଦ୍ବୟଙ୍କର ପରିଚୟ ମିଳିପାରି ନାହିଁ।

 dead

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe