ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କଲେ ରାଜ୍ୟ ସରକାର

Advertisment

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। 

Updated On

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। 

ଅଦ୍ୟତନ ହୋଇଛି
state cabinet mohan majhi

State cabinet Photograph: (sambad.in)

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ ଓ ଚାକିରି କ୍ଷେତ୍ରରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ରହିବ। 

ଉଚ୍ଚ ଶିକ୍ଷା ବିଭାଗ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ  ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୧୧.୨୫ % ଆସନ ସଂରକ୍ଷଣ ଲାଗୁ ହେବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଉଚ୍ଚ ସ୍ନାତକ, ସ୍ନାତକତୋର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ର ବିପି ଏଡ଼/ଏମ ପି ଏ ଡ଼ ପାଠ୍ୟକ୍ରମରେ ଲାଗୁ କରାଯିବ। ଅନୁଷ୍ଠାନରେ ଜନଜାତି ଛାତ୍ର ଛାତ୍ରୀ ପାଇଁ ୨୨.୦୫% , ଅନୁସୂଚିତ ଜାତି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ୫%ଓ ପୂର୍ବତନ ସେନାନଙ୍କ ପାଇଁ ପରିବାର ସଦସ୍ୟ ପାଇଁ ୧%ଆସନ ସଂରକ୍ଷଣ ପ୍ରଚଳନ ହେବ। ବିଗତ ଦିନରେ ନେତୃତ୍ୱ ନେଉଥିବା ସରକାର ବିଫଳ ହୋଇଥିଲେ।ରାଜନୈତିକ ଅଭିଶନ୍ଧି ଭାବେ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବାସ୍ତବତା ଦୂରରେ ଥିଲା। ନୂଆ ସରକାର ସାମ୍ବିଧାନିକ ଅଧିକାର ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଯୋଜନା ଅଧୀନରେ ସହାୟତା ବୃଦ୍ଧି କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି। ଗତ ଏପ୍ରିଲ ୧ ତାରିଖ ଠାରୁ ଏହା ଲାଗୁ କରାଯାଇଛି। ମମତା ଯୋଜନାରେ ହିତାଧିକାରୀ ବୟସ ୧୯ ବର୍ଷ ଓ ତାଠାରୁ ଅଧିକ ଥିଲା ଏବେ ୧୮ ବର୍ଷ ୭ ମାସରୁ ୫୫ ବର୍ଷ ଧର୍ଯ୍ୟ କରାଯାଇଛି। ଗୋଟିଏ ବର୍ଷ ପ୍ରସବ ପୂର୍ବ ଯାଞ୍ଚ ପରେ ମିଳିବ ପ୍ରଥମ କିସ୍ତି। କନ୍ୟା ସନ୍ତାନ ପାଇଁ ମିଳିବ ୧୨ ହଜାର ଟଙ୍କା। ପୁତ୍ର ସନ୍ତାନ ପାଇଁ ୧୦ ହଜାର ଟଙ୍କା।

କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଲିଜ ଆକାରରେ ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଯଶିପୁର ବ୍ଲକରେ ବ୍ୟାରେଜ ନିର୍ମାଣ ହେବ। ଏଥି ପାଇଁ ୯୭କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଯାଇଛି। ଆଗାମୀ ୩୦ ମାସ ମଧ୍ୟରେ ସରିବ ପ୍ରକଳ୍ପର ନିର୍ମାଣ କାମ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୬୯୫୦ ଏକର ଜମିକୁ ପାଇପଲାଇନରେ ଜଳ ପ୍ରଦାନ କରାଯାଇପାରିବ। ବିଭିନ୍ନ ପଦବିରେ ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ୨୦୨୨ ନିୟମାବଳୀ ସଂଶୋଧନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe